ବଦଳିବ ବଲାଙ୍ଗୀରସହରର ବନ୍ଧକଟାର ଚିତ୍ର ରାଣୀବନ୍ଧର ପୁନଃରୁଦ୍ଧାର କାମର ଶୁଭାରମ୍ଭ କଲେ ବିଧାୟକ କଳିକେଶ
ବଲାଙ୍ଗୀର, ୦୬ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ସହରରେ ପ୍ରାୟ ୧୭ଟି ବନ୍ଧ ରହିଛି। କିନ୍ତୁ କୌଣସି ବନ୍ଧର ପାଣି ଉପଯୋଗୀ ହୋଇରହିନାହିଁ। ସେଥିପାଇଁ ଜନଅସନ୍ତୋଷ ଦେଖାଦେଇଥିଲା। ଏବେ ପୌରପାଳିକା ୭ଟିବନ୍ଧର ପୁନଃରୁଦ୍ଧାର କାମ କରାଇବାକୁ ଯୋଜନା କରିଛି। ଚଳିତବର୍ଷ ପ୍ରାୟ ୨୩ କୋଟି ଟଙ୍କା ଖର୍ଚ୍ଚରେ ଏହି ବ
ବଦଳିବ ବଲାଙ୍ଗୀରସହରର ବନ୍ଧକଟାର ଚିତ୍ର... ରାଣୀବନ୍ଧର ପୁନଃରୁଦ୍ଧାର କାମର ଶୁଭାରମ୍ଭ କଲେ ବିଧାୟକ କଳିକେଶ


ବଦଳିବ ବଲାଙ୍ଗୀରସହରର ବନ୍ଧକଟାର ଚିତ୍ର... ରାଣୀବନ୍ଧର ପୁନଃରୁଦ୍ଧାର କାମର ଶୁଭାରମ୍ଭ କଲେ ବିଧାୟକ କଳିକେଶ


ବଲାଙ୍ଗୀର, ୦୬ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ସହରରେ ପ୍ରାୟ ୧୭ଟି ବନ୍ଧ ରହିଛି। କିନ୍ତୁ କୌଣସି ବନ୍ଧର ପାଣି ଉପଯୋଗୀ ହୋଇରହିନାହିଁ। ସେଥିପାଇଁ ଜନଅସନ୍ତୋଷ ଦେଖାଦେଇଥିଲା। ଏବେ ପୌରପାଳିକା ୭ଟିବନ୍ଧର ପୁନଃରୁଦ୍ଧାର କାମ କରାଇବାକୁ ଯୋଜନା କରିଛି। ଚଳିତବର୍ଷ ପ୍ରାୟ ୨୩ କୋଟି ଟଙ୍କା ଖର୍ଚ୍ଚରେ ଏହି ବନ୍ଧଗୁଡିକର ପଙ୍କୋଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ କରାଯିବ। ଆଜି ୧୩ ନମ୍ବର ୱାର୍ଡରେ ଥିବା ରାଣିବନ୍ଧର ପୁନଃରୁଦ୍ଧାରକାମର ଶୁଭାରମ୍ଭ କରାଯାଇଛି। ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ଏହାର ଶୁଭାରମ୍ଭ କରିଛନ୍ତି। ଆଜି ଅପରାହ୍ନ ୫ଟା ବେଳେ ଟିକ୍ରାପଡାଛକରେ ବିଧାୟକଙ୍କୁ ସ୍ଥାନୀୟ ଅଂଚଳବାସୀ ଭବ୍ୟସ୍ୱାଗତ କରିଥିଲେ। ସେମାନଙ୍କର ପୂର୍ବରୁ କରାଯାଇଥିବା ଦାବି ମୁତାବକ ରାଣିବନ୍ଧର ପୁନଃରୁଦ୍ଧାର କାମ କରାଯାଉଛି। ସ୍ଥାନୀୟ କାଉନସିଲର ଇସମତଆରା ଖାନଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ବିଧାୟକ କଳିକେଶ ସିଂଦେଓଙ୍କୁ ସ୍ୱାଗତ କରାଯାଇ ଶୋଭାଯାତ୍ରାରେ ଟିକ୍ରାପଡାଛକରୁ ଦୈନିକବଜାର ଦେଇ ସିନେମାହଲରୋଡ ପଟୁ ରାଣିବନ୍ଧକୁ ନିଆଯାଇଥିଲା। ସେଠାରେ ବିଧାୟକ କଳିକେଶନାରାୟଣ ସିଂଦେଓ,ପୌରାଧ୍ୟକ୍ଷା ଲିକା ସାହୁ ,ଉପାଧ୍ୟକ୍ଷା ଗାୟିତ୍ରୀ ଭୋଇ,ପୌର ନିର୍ବାହୀଅଧିକାରୀ ସନ୍ତୋକୁମାର ବେହେରା, କାଉନସିଲର ଇସମତ ଆରା ଖାନ ପୂଜାର୍ଚ୍ଚନା ସହିତ ନଡିଆ ବାଡେଇ ଉନ୍ନୟନକାମର ଶୁଭାରମ୍ଭ କରିଥିଲେ। ବନ୍ଧର ପାଣି ଶୁଖାଇବାକୁ ଖୋଳାଯାଇଛି। ପାଣି ନିସ୍କାସନ କରି ଶୁଖିଲେ ପଙ୍କୋଦ୍ଧାର କାମ ଆରମ୍ଭ ହେବ ବୋଲି ପୌରାଧ୍ୟକ୍ଷା ଲିକା ସାହୁ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ବରିଷ୍ଠ ବିଜେଡିନେତା ଭଗବାନ ବଗର୍ତି, ପ୍ରଦୀପ ସାହୁ, ପ୍ରକାଶ ନେପାକ, ମୁନା ସାହୁ, ପ୍ରବୀଣ ଦର୍ଜି, ମୁନା ଖାନ, ବିଧୂଭୁଷଣ ତ୍ରୀପାଠୀ, ମୁନୁ ପୋଢ, ଚନ୍ଦ୍ରମଣୀ ତ୍ରୀପାଠୀ, ସନ୍ତୋଷ ଦନ୍ତା, କାଉନସିଲର ତଥା ବିଜେଡିନଗର ସଭାପତି ଶମ୍ଭୁ ନାଗ,୧୬ନମ୍ବର କାଉନସିଲର ସନ୍ତୋଷିନୀ କୁଅଁର, ୮ନମ୍ବର କାଉନସିଲର ନନ୍ଦିନୀ ପୋଢ, କାଉନସିଲର ସରିତା ଦାସ, ଶତ୍ରୁଘ୍ନ ନାଗ, ଲଲାଟେନ୍ଦୁ ପଟ୍ଟନାୟକ, ଗଙ୍ଗାଧର ଚାନ୍ଦ, ଲେଙ୍କା ସାହୁଙ୍କ ସମେତ ବହୁସଂଖ୍ୟାରେ ସ୍ଥାନୀୟ ଲୋକ ଓ ବିଜେଡିନେତାଗଣ ଉପସ୍ଥିତ ଥିଲେ। ସେହିପରି ପୌରଯନ୍ତ୍ରୀ ଇଂ.କୃଷ୍ଣପ୍ରସାଦ ବେହେରା, କନିଷ୍ଠଯନ୍ତ୍ରୀ ଇଂ.ରୋଜାଲିସା ରାଉତ ଠିକାକାମ ପାଇଥିବା ଦୀପକ ନାଗ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଯେ, ପୂର୍ବରୁ କନ୍ଧପାଲିବନ୍ଧ, ତାଲପାଲିବନ୍ଧ, ଗେଟସରୋବର ଇତ୍ୟାଦି ବନ୍ଧର ପୁନଃରୁଦ୍ଧାର ପାଇଁ ଜଳ ନିସ୍କାସନ କାମ ଆରମ୍ଭ କରାଯାଇ ସାରିଛି। ଠିକ ସେହିପରି ଅଧାହୋଇ ପଡିଥିବା ମହାରାଣୀସାଗର କାମ ମଧ୍ୟ ଆରମ୍ଭ କରାଯାଇ ସାରିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande