
ବଲାଙ୍ଗିର, ୦୬ ଏପ୍ରିଲ୍ (ହି.ସ.) - ତୁଷୁରା ଏନ୍ଏସି ସଭାଗୃହ ଠାରେ ତ୍ରିଦିବସୀୟ ଜନଗଣନା ୨୦୨୭ର ତାଲିମ ଉଦ୍ୟାପିତ ହୋଇ ଯାଇଛି। ଉକ୍ତ ତାଲିମକୁ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଓ ଲମ୍ବୋଦର ନାୟକ ଫିଲ୍ଡ ଟ୍ରେନର୍ ଭାବରେ ତାଲିମ ଦେଇଥିଲେ। ଏଥିରେ ତୁଷୁରା ଏନ୍ଏସି ଅନ୍ତର୍ଗତ ୧୧ ଟି ୱାର୍ଡ ପାଇଁ ୨୨ଟି ଗୃହଗଣନା ବ୍ଲକ୍ ପାଇଁ ୨୨ ଜଣ ଗଣନାକାରୀ ଓ ୪ ଜଣ ସୁପରଭାଇଜରଙ୍କୁ ତାଲିମ ଦିଆ ଯାଇଥିଲା। ବର୍ତମାନ ସ୍ୱ ଗଣନା କାର୍ଯ୍ୟ ଚାଲୁଅଛି। ଆସନ୍ତା ଏପ୍ରିଲ ୧୬ ତାରିଖ ରୁ ମଇ ୧୫ ତାରିଖ ମଧ୍ୟରେ ସମସ୍ତ ଗଣନାକାରୀ ପ୍ରଥମ ପର୍ଯ୍ୟାୟ ଗୃହଗଣନା କାର୍ଯ୍ୟ ସମାପନ କରିବେ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ