ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ୪୭ତମ ପ୍ରତିଷ୍ଠା ଦିବସ ପାଳିତ
ଧର୍ମଶାଳା,୬ଏପ୍ରିଲ(ହି.ସ.) - ଦେଶ ବ୍ୟାପି ଆଜି ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଏହି କ୍ରମରେ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ଏହି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ମହୋତ୍ସବ ପଡିଆରେ ବିଧାୟକ ହିମାଶୁଂ ଶେଖର ସାହୁଙ୍କୁ
ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ୪୭ତମ ପ୍ରତିଷ୍ଠା ଦିବସ ପାଳିତ


ଧର୍ମଶାଳା,୬ଏପ୍ରିଲ(ହି.ସ.) - ଦେଶ ବ୍ୟାପି ଆଜି ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଏହି କ୍ରମରେ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ଏହି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ମହୋତ୍ସବ ପଡିଆରେ ବିଧାୟକ ହିମାଶୁଂ ଶେଖର ସାହୁଙ୍କୁ ପରାମର୍ଶ କ୍ରମେ ମହାଆଡମ୍ବରରେ ପ୍ରତିଷ୍ଠା ଦିବସ ଜିଲା କାର୍ଯ୍ୟକରିଣୀ ସଭାପତି ଗିରିଧାରୀ ମହାନ୍ତିଙ୍କ ସଭାପତିତ୍ୱରେ ବିଜେପି ଜିଲା ସଭାପତି ଦେବଯାନୀ ପ୍ରଧାନ,ସମାଜସେବୀ ମିନତୀ ସାହୁ,ପୂର୍ବତନ ସାଂସଦ ରୀତା ତରାଇ,ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ,ଉପାଧ୍ୟକ୍ଷା ବିଶ୍ୱ ବିଜୟିନୀ ମିଶ୍ର,ସାଂସଦଙ୍କ ପ୍ରତିନିଧି କାହ୍ନୁ ଚରଣ ଦାଶ,ଆରୁହା ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ,ଜାରକା ମଣ୍ଡଳ ସଭାପତି ଦେବ୍ରତ ପଣ୍ଡା,ଜେନାପୁର ମଣ୍ଡଳ ସଭାପତି ଶ୍ରୀବତ୍ସ ଧିର,ବାରବାଟୀ ମଣ୍ଡଳ ସଭାପତି ତୀର୍ଥରାଜ ପଣ୍ଡା ଓ କୋତପୁର ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ବିଜେପିର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅତିଥିମାନେ ଭାରତମାତା ଓ ବିଜେପିର ପ୍ରତିଷ୍ଠାତା ନେତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦିପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଚନ୍ଦ୍ରମଣୀ ପଣ୍ଡିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ବିଜେପି ଯୁବ ସଂଗଠକ ରାଜେଶ ପାଳ,ଦେବରାଜ ମିଶ୍ର,ପ୍ରଦୀପ ପରିଡା,ଉପେନ୍ଦ୍ର କର ଓ ଆଲୋକ ଲେଙ୍କା ପ୍ରମୁଖ ସହଯୋଗ କରିଥିବା ବେଳେ ସାଂସଦଙ୍କ ପ୍ରତିନିଧି କାହ୍ନୁ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିପରିଭାବେ ରସୁଲପୁର ବ୍ଲକ ବ୍ରହ୍ମବରଦା ମହିମାଛକସ୍ଥିତ ସିଦ୍ଧେଶ୍ୱରୀ ମନ୍ଦିର ପରିସରରେ ୩୬ ନଂ ଜୋନ ବିଜେପି ପକ୍ଷରୁ ୪୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମଣ୍ଡଳ ସଭାପତି ମିଥୁନ କୁଣ୍ଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ବିଜେପି ସମ୍ପାଦକ ପ୍ରଫୁଲ୍ଲ ଗିରି,କାର୍ଯ୍ୟକାରିଣୀ ସଦସ୍ୟ ଅନିଲ ରାଉତ,ସୌଭାଗ୍ୟ ମିଶ୍ର,ନାରୀ ନେତ୍ରୀ ସୁମିତ୍ରା ବେହେରା,ଉଦୟଭାନୁ ଦେଓ,ଚିତ ରଂଜନ ଗନ୍ତାୟତ,ସୁଜୟ ପଣ୍ଡା,ସୁବାଶ ମଣ୍ଡଳ,ସଂଗ୍ରାମ ମହାନ୍ତି,ନଟବର ସାହୁ,ଗୋପିନାଥ ନାୟକ,ଅସିତ୍ ରାଉତ,ସରୋଜ ରାଉତ,ସୁଭେନ୍ଦୁ ରାଉତ,ସଂଜୟ ବେହେରା,ଦିପ୍ତି ରଂଜନ ରାଉତ,ସୁରେନ୍ଦ୍ର ବେହେରା ଓ ସୁରେନ୍ଦ୍ର ରାଉତ ପ୍ରମୁଖ ଯୋଗ ଭାରତମାତା ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବରିଷ୍ଠ ବିଜେପି ନେତାଙ୍କ ଗୁଣଗାନ କରିଥିଲେ । ବିଜେପି ଦଳ ଶୁଭାରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ଦଳର ଅଭିମୁଖ୍ୟ ସମ୍ପର୍କରେ ଆଲୋଚନା ହେବା ସହିତ ଆଗାମୀ ଦିନରେ ସଂଗଠିତ ହୋଇ ଦଳ ପାଇଁ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande