ବିଜେପି ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- ବିଜେପି ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱର ସର୍ବବୃହତ ରାଜନୈତିକ ସଂଗଠନ ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ଅବସରରେ ମୁଁ ଦଳର
ବିଜେପି


ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- ବିଜେପି ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ବିଶ୍ୱର ସର୍ବବୃହତ ରାଜନୈତିକ ସଂଗଠନ ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ଅବସରରେ ମୁଁ ଦଳର

ସମସ୍ତ ଦେବଦୁର୍ଲଭ କାର୍ଯ୍ୟକର୍ତ୍ତା, ସମର୍ଥକ ଏବଂ ଆମ ଉପରେ ବିଶ୍ୱାସ ରଖିଥିବା ଜନସାଧାରଣଙ୍କୁ ହାର୍ଦ୍ଦିକ

ଅଭିନନ୍ଦନ ଜଣାଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ଦଳ କେବଳ ଏକ ରାଜନୈତିକ ସଂରଚନା

ନୁହେଁ, ବରଂ ଏହା ଆଦରଣୀୟ

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀ, ଆଦରଣୀୟ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଜୀ ଏବଂ ଆଦରଣୀୟ ଶ୍ରୀ ଅଟଳ

ବିହାରୀ ବାଜପେୟୀ ଜୀଙ୍କ ପରି ମହାନ ବିଭୂତିମାନଙ୍କ ତ୍ୟାଗ, ଆଦର୍ଶ ଏବଂ ସନାତନ ଜୀବନ ମୂଲ୍ୟବୋଧରେ ସିକ୍ତ ଏକ

ଜୀବନ୍ତ ବିଚାରଧାରା। 'ରାଷ୍ଟ୍ର ପ୍ରଥମ' ମନ୍ତ୍ରରେ

ଅନୁପ୍ରାଣିତ ଏହି ରାଷ୍ଟ୍ରବାଦୀ ପରିବାର ଆଜି ଏକ ବିଶାଳ ବଟବୃକ୍ଷ ସଦୃଶ କୋଟି କୋଟି ଭାରତୀୟଙ୍କ

ଆଶା ଓ ବିଶ୍ୱାସକୁ ପରିପୂର୍ଣ୍ଣ କରୁଛି।

ଭାଜପାର ଏହି ବିକାଶ ଯାତ୍ରା କେବଳ କ୍ଷମତା ପାଇଁ ନୁହେଁ, ବରଂ ସଂସ୍କାର ଓ

ସେବାର ଏକ ନିରନ୍ତର ପ୍ରବାହ। 'ଅନ୍ତ୍ୟୋଦୟରୁ

ରାଷ୍ଟ୍ରୋଦୟ' ପର୍ଯ୍ୟନ୍ତ ଆମର

ଯେଉଁ ସଂକଳ୍ପ ରହିଛି, ତାହା ସମାଜର ଶେଷ

ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ। ଆଜି ଓଡ଼ିଶାରେ

ବିକାଶର ଯେଉଁ ନୂଆ ଯୁଗ ସୃଷ୍ଟି ହୋଇଛି, ତାହା ଆମର ନିଷ୍ଠାପର, କର୍ମଠ କାର୍ଯ୍ୟକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ସାଙ୍ଗଠନିକ

ଏକତାର ପରିଣାମ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତୁ, ଯଶସ୍ୱୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ 'ସମୃଦ୍ଧ ଓଡ଼ିଶା' ତଥା 'ବିକଶିତ ଭାରତ' ଗଠନର ଏହି ମହାନ

ଯଜ୍ଞରେ ନିଜକୁ ପୁନଃ ସମର୍ପିତ କରିବା। ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ନିଃସ୍ୱାର୍ଥପର ସେବା ଓ

ନିଷ୍ଠା ହିଁ ଆମର ଶକ୍ତି ଏବଂ ଭବିଷ୍ୟତ ପାଇଁ ପ୍ରେରଣା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande