ରାଜ୍ୟ ସରକାରଙ୍କ ମନ୍ତ୍ରୀ ନିଷ୍ପତି ନେବାରେ ବିଫଳ - ତାରା ବାହିନୀପତି
ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ୫ କେଜି ଗ୍ୟାସ ସିଲିଣ୍ଡର ନେଇ ମନ୍ତ୍ରୀଙ୍କ ବୟାନକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ସମାଲୋଚନା କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ତାର ପ୍ରସାଦ ବାହିନୀପତି କହିଛନ୍ତି ରାଜ୍ୟ ସରକାରଙ୍କ ମନ୍ତ୍ରୀ ନିଷ୍ପତି ନେବାରେ ବିଫଳ। ଆଜି ଗୋଟିଏ ନିଷ୍ପତି ନେଉଛନ୍ତି ପରେ ନିଷ୍
tara bahinipatti


ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ୫ କେଜି ଗ୍ୟାସ ସିଲିଣ୍ଡର ନେଇ ମନ୍ତ୍ରୀଙ୍କ ବୟାନକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ସମାଲୋଚନା କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ତାର ପ୍ରସାଦ ବାହିନୀପତି କହିଛନ୍ତି ରାଜ୍ୟ ସରକାରଙ୍କ ମନ୍ତ୍ରୀ ନିଷ୍ପତି ନେବାରେ ବିଫଳ। ଆଜି ଗୋଟିଏ ନିଷ୍ପତି ନେଉଛନ୍ତି ପରେ ନିଷ୍ପତିକୁ ପରିବର୍ତନ କରୁଛନ୍ତି। ବିଭିନ୍ନ ପ୍ରସଙ୍ଗରେ ମନ୍ତ୍ରୀ ବୟାନ ଦେଇ ଫୁଣି ଫିଙ୍ଗିଲା ଛେପ ଢୋକୁଛନ୍ତି। ନିଷ୍ପତି ନେଉଛନ୍ତି ଭିତିରିଆ କିଛି ସେଟିଙ୍ଗ ହେଲେ ପୁଣି ନିୟମ ପରିବର୍ତନ କରିଦେଉଛନ୍ତି। ମନ୍ତ୍ରୀ ନିଜେ ନ କହି କମିଶନର ଏବଂ ସଚିବଙ୍କ ପାଟିରେ କୁହାଉଛନ୍ତି। ୫ କେଜି ଗ୍ୟାସ ବନ୍ଦ ହେଲେ ଗରିବ ଲୋକ ଏବଂ ବିଭିନ୍ନ ସହରକୁ ଆସୁଥିବା ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବେ ସରକାର ଏ ବିଷୟରେ କେବେ ଚିନ୍ତା କରିଛନ୍ତି କି?

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande