
କଲେଜରୁ କୋଚିଂ କ୍ଲାସ ସାରି ଘରକୁ ଫେରିବା ବାଟରେ ଅପହରଣ ହେଲେ ଯୁକ୍ତ ଦୁଇ ନାବାଳିକା ଛାତ୍ରୀ/
କେନ୍ଦ୍ରାପଡା-ପାଟକୁରା ଥାନା ଜମୁନା ବାଦ ଗଡାରୁ କଲେଜ ଛାତ୍ରୀକୁ ଅପହଣ କଲେ ଦୁର୍ବୁତ୍ତ ତିନିଜଣ ଦୃବୁତ୍ତ/ଏକ ଇଟିକା କାରରେ ତିନି ଜଣ ଜୁବକ ଛାତ୍ରୀ ଙ୍କୁ ଅଟକାଇ ମାଡମାରି ତାଙ୍କ ସାଇକେଲ ଫୋପାଡ଼ି ଦେଇ ବଳପୂର୍ବକ ଅପହଣ କରି ନେଇ ଫେରାର ହୋଇ ଯାଇଥିଲେ/ଆଖୁଆ କଲେଜରୁ କୋଚିଂ ସାରି ଘରକୁ ଫେରୁଥିଲେ ଦୁଇଜଣ ଯୁକ୍ତ ଦୁଇ ଛାତ୍ରୀ।ଜୁବକ ମାନେ ଛାତ୍ରୀ ଙ୍କୁ ପଛରୁ ପିଛା କରି ଜମୁନାବାଦ ଗୋଡା ନିକଟରେ କାରରୁ ଓହ୍ଲାଇ ଜଣେ ଛାତ୍ରୀ କୁ ଅପହରଣ କରି ଫେରାର ହୋଇ ଯାଇଥିଲେ।ଅନ୍ୟ ଛାତ୍ରୀ ଜଣକ ପାଟି କରିବାରୁ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇ ପୋଲିସ କୁ ଖବର ଦେଇଥିଲେ।ପାଟକୁରା ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ପିଛା କରିବା ସହ ସିସିଟିଭି ଚେକ କରି କଟକ କନ୍ଦର ପୁରୁ ନିକଟରୁ ଅପହରଣ ଛାତ୍ରୀ ସହ ଗାଡି ଉଦ୍ଧାର କରିଥିଲା/ଡ୍ରାଇଭର ସହ ଦୁଇ ଜଣ ଙ୍କୁ କାବୁ କରି ଧରିଥିଲା ପୋଲିସ/ମୁଖ୍ୟ ଅଭିଯୁକ୍ତ ସହ ଦୁଇଜଣ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି।ପ୍ରିଥମିକ ତଦନ୍ତ ରୁ ପୋଲିସ କହିବା କଥା ଏକ ତରଫା ପ୍ରେମ ପାଇଁ ଏଘଟଣା ଘଟିଛି। ଅପହରଣ କରିଥିବା ଗାଡି,ସହ ଡ୍ରାଇଭର,ଜଣେ ଅଭିଯୁକ୍ତ କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ପୋଲିସ।ଖୁବଶୀଘ୍ର ଫେରାର ଦୁଇ ଅଭିଯୁକ୍ତ ଙ୍କୁ ଧରାଯିବ ଓ ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁଚନା ଦେଇଛନ୍ତି ଏସଡିପିଓ ଜୌତି ରଞ୍ଜନ ଗୌଡ।
ହିନ୍ଦୁସ୍ଥାନ ସମାଚାର / ରବି