
ଭୁବନେଶ୍ୱର , 06 ଏପ୍ରିଲ୍ (ହି.ସ.)ନେତା ଓ କର୍ମୀ ଦଳ ଛାଡିଲେ ସଙ୍ଗଠନ ପାଇଁ ଚିନ୍ତାର
କାରଣ ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି । ସେ କହିଛନ୍ତି ଯେ, ଦଳର
ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡିକି ଗଲେ | ଦଳ ପ୍ରତି ନିଷ୍ଠାର
ଘୋର ଅଭାବ | ଦୁଇ ଜଣ ରାଜ୍ୟସଭା ସାଂସଦ କେବେଠୁ ଛାଡିକି ପଳେଇଲେ | ସଂଗଠନ ପାଇଁ ଚିନ୍ତାର କାରଣ |
ନିଜ ଲୋକ ଯେତବେଳେ ନିର୍ବାଚିତ ହେଲା ପରେ ଦଳ ବିରୁଦ୍ଧରେ ଭୋଟ ଦେଲେ
ଏହା ଦଳ ସଂଗଠନରେ ପ୍ରଭାବ ପଡିବ | ମଝିରେ ମଝିରେ ଧୋକ
ଖାଇଲେ ମୁକାବିଲା କରିବାକୁ ପଡିବ | ଦଳ ଠାରୁ ଉପକୃତ ହୋଇ
ଦଳ ବିରୁଦ୍ଧରେ ଯାଇଛନ୍ତି ଭବିଷ୍ୟତରେ ଅନୁତାପ କରିବେ ବୋଲି ସେ କହିଛନ୍ତି |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା