
ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- ମାସକ ଭିତରେ ଏଲପିଜିକୁ ନେଇ ଅନେକ ପଦକ୍ଷେପ
ନିଆଯାଇଛି। ଏଲପିଜି, ପେଟ୍ରୋଲ ଓ ଡିଜେଲର ରାଜ୍ୟରେ କୌଣସି ଅଭାବ ନାହିଁ ।
ଗୋଟେ ଦୁଇଟି ସ୍ଥାନରେ ପ୍ରେଟ୍ରୋଲ ଡିଜେଲ ମିଳିବାରେ ସମସ୍ୟା ହେଉଛି କିନ୍ତୁ ଅସୁବିଧା ନାହିଁ ।
ଏଲପିଜିଗ୍ୟାସରେ କୌଣସି ସମସ୍ୟା ନାହିଁ ବୋଲି ଯୋଗାଣ ସଚିବ
ସଂଜୟ ସିଂ କହିଛନ୍ତି ।
70 ପ୍ରତିଶତ କମର୍ସିଆଲ ପାଇଁ ଏଲପିଜି ଗ୍ୟାସ ପ୍ରଦାନ
କରାଯାଉଛି। ଯେଉଁଠି ଅତି ଆବଶ୍ୟକ ଅଛି ସେଠାକୁ
20 ପ୍ରତିଶତ ଏଲପିଜିଆଗୁଆ ଯୋଗାଇ
ଦିଆଯାଇଛି। ଜିଲ୍ଲା ସ୍ତରରେ ଏହାକୁ ମନିଟରିଂ କରିବାକୁ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ
ଅଧ୍ୟକ୍ଷତାରେ କମିଟି ଅଛି ।
5କେଜି ସିଲିଣ୍ଡରକୁ ନେଇ ତୈଳ କମ୍ପାନୀ ମାନେ ଇ-କେୱାଇସିକରିକି ଦେଉଛନ୍ତି । ତାହାର କୌଣସି ଅସୁବିଧା ନାହିଁ । ଶ୍ରମିକ ଓ
ଛାତ୍ରଛାତ୍ରୀ ମାନେ 5କେଜି ଗ୍ୟାସ ନେବାକୁ ହେଲେ ଆଇଡିଦେଖାଇ ନେଇ ପାରିବେ । ତୈଳ କମ୍ପାନୀ ମାନେ ବିଭିନ୍ନ ସ୍ଥାନରେ
କ୍ୟାମ୍ପ କରି 5କେଜି ଗ୍ୟାସ ପ୍ରଦାନ କରାଯାଉଛି । କଟକଣା ସେହି ମାନଙ୍କ ପାଇଁ ଯିଏ ବିନା
ଅନୁମତିରେ ବ୍ୟବସାୟ କରୁଛନ୍ତି । କଳାବଜାରୀ ରୋକିବା ପାଇଁ ହିଁ ଏହି ପଦକ୍ଷେପ ନିଆଯାଇଛି ।
3105 ଟି ଟାଙ୍କିକୁ ବିଭିନ୍ନ ସ୍ଥାନରେ ଚଢାଉ କରି ଜବତ କରିଛି ବିଭାଗ। ଖାଦ୍ୟ ସାମଗ୍ରୀ ଉପରେ
ବି ବିଭାଗର ନଜର ରହିଛି । ଦରବୃଦ୍ଧି ସହ ଅଭାବି କେମିତି ନ ହେବ ସେଥିପ୍ରତି ନଜର ରଖାଯାଇଥିବା
ସଚିବ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା