
Odisha, 06 ଏପ୍ରିଲ୍ (ହି.ସ.)ଖୋର୍ଦ୍ଧା,ରାଜଧାନୀ ଭୁବନେଶ୍ୱରର ଆରାଧ୍ୟ ଦେବତା ମହାପ୍ରଭୁ ଲିଙ୍ଗରାଜ। ଦୈନନ୍ଦିନ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଲାଭ ନିମନ୍ତେ ଭାରତ ବର୍ଷର କୋଣ ଅନୁକୋଣରୁ ଆସି ଦର୍ଶନରେ ଶାନ୍ତି ପାଇବା ସହ ପ୍ରସାଦ ପାଇ ଚାଲିଯାଆନ୍ତି। ଦୁଃଖ ଓ ଅନୁତାପର ବିଷୟ, ଗଙ୍ଗାର ମହତ୍ତ୍ୱ ଗଙ୍ଗା କୂଳରେ ଥିବା ଲୋକ ନ ବୁଝିବା ପରି ପ୍ରଶାସନ ମହାପ୍ରଭୁ ଲିଙ୍ଗରାଜଙ୍କୁ ଅଣଦେଖା କରି ଚାଲିଛନ୍ତି। ଯାହା ଫଳରେ ମହାପ୍ରଭୁ ଲିଙ୍ଗରାଜ ବର୍ଷର ଅଧାରୁ ଅଧିକ ଦିନ ଉପବାସ ରହିବାକୁ ପଡୁଛି।ଏଥି ନିମନ୍ତେ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ଲିଙ୍ଗରାଜଙ୍କ ନିମନ୍ତେ ସ୍ଵତନ୍ତ୍ର ଆଇନ ଆଣିବା ପାଇଁ ଥରକୁ ଥର ଲିଙ୍ଗରାଜ ମନ୍ଦିର ନିକଟରେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇ ଚାଲିଛନ୍ତି।ଏଥି ମଧ୍ୟରେ ମହାପ୍ରଭୁଙ୍କ ୧୪ ନୀତିରୁ ୧୦ ନୀତି ବନ୍ଦ ହୋଇ ସାରିଲାଣି। ଶାନ୍ତି ପୂର୍ଣ୍ଣ ଧାରଣାର ମୂଲ୍ୟ ବୁଝିବାକୁ କାହାର ସମୟ ନାହିଁ। ଆସୁଥିବା ଆଗନ୍ତୁକ ଏପରି ଘଟଣା ଶୁଣି ମନ କଷ୍ଟରେ ଫେରୁଛନ୍ତି।ଭୁବନେଶ୍ୱରରେ ସମସ୍ତ ରାଜନୈତିକ ଦଳ ଅଛନ୍ତି। ଅନ୍ୟ କିଛି ଘଟଣା ଘଟିଲେ ରାଜଧାନୀ ଉଠୁଛି କି ପଡୁଛି।ଅଥଚ, ମହାପ୍ରଭୁଙ୍କ ପ୍ରତି କାହାର ଦରଦ ନାହିଁ ବୋଲି ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ