ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ମନମୋହନ ସାମଲ
ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୋମବାର ଦିନ ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି। ଏକ୍ସସରେ ପୋଷ୍ଟ କରି ଶ୍ରୀ ସାମଲ ଲେଖିଛନ୍ତି ଆଜି ଆମ ଦଳର ପ୍ରତିଷ୍ଠା ଦିବସ ଶୁଭ ଅବସରରେ ଭାରତର ଉଚ୍ଚ ସଦନ ରାଜ୍ୟସଭାରେ ସାଂସଦ ରୂପେ ଶପଥ ଗ୍ରହଣ କରି ମୋ ରାଜ୍ୟ ଓଡ଼ିଶା
manmohan samal


ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୋମବାର ଦିନ ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି।

ଏକ୍ସସରେ ପୋଷ୍ଟ କରି ଶ୍ରୀ ସାମଲ ଲେଖିଛନ୍ତି ଆଜି ଆମ ଦଳର ପ୍ରତିଷ୍ଠା ଦିବସ ଶୁଭ ଅବସରରେ ଭାରତର ଉଚ୍ଚ ସଦନ ରାଜ୍ୟସଭାରେ ସାଂସଦ ରୂପେ ଶପଥ ଗ୍ରହଣ କରି ମୋ ରାଜ୍ୟ ଓଡ଼ିଶାର ବିକାଶ ନିମନ୍ତେ ନୂତନ ଦାୟିତ୍ୱ ଗ୍ରହଣ କଲି । ଓଡ଼ିଶାର ଲକ୍ଷ ଲକ୍ଷ ଭ୍ରାତା-ଭଗିନିଙ୍କ ଆଶୀର୍ବାଦ, ବିଜେପି ପରିବାରର ଅଦ୍ୱିତୀୟ ସ୍ନେହ ଓ ବିଶ୍ୱାସ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆଦର୍ଶ ମୋ ଜୀବନର ଏହି ଅବିସ୍ମରଣୀୟ ମୁହୂର୍ତ ସ୍ୱର୍ଣ୍ଣ ଅକ୍ଷରରେ ଲେଖା ହୋଇ ରହିବ।

ସଂସଦ ଭିତରେ ଓଡ଼ିଶା ଓ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ନିଃସ୍ୱାର୍ଥ ସ୍ୱର ଉଠାଇବା ମୋର ଦୃଢ଼ ସଂକଳ୍ପ। ଆପଣମାନଙ୍କ ଭରଷା ଓ ଆଶୀର୍ବାଦ ସହିତ ଏହି ଦାୟିତ୍ୱ ନିଷ୍ଠା ଓ ସମର୍ପଣ ଭାବ ସହ ନିର୍ବାହ କରିବି।

ଜୟ ଓଡ଼ିଶା। ଜୟ ଭାରତ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande