
ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- ମେଟ୍ରୋ ପ୍ରକଳ୍ପ ବନ୍ଦ ପ୍ରତ୍ୟାହାର ନହେଲେ ଭୟଙ୍କର
ଆନ୍ଦୋଳନ ହେବ | ସରକାରଙ୍କୁ ଚେତାବନୀ ଦେଲେ ବିଜେଡି ବିଧାୟକ ଗଣେଶ୍ୱର
ବେହେରା | ନିଷ୍ପତି ପ୍ରତ୍ୟାହାର ନହେଲେ ଆନ୍ଦୋଳନ କରିବ ବିଜେଡି | ଏ ନିଷ୍ପତ୍ତି ଦୁର୍ଭାଗ୍ୟଜନକ | ଭୁବନେଶ୍ୱର କଟକ ବାସୀଙ୍କ ପାଇଁ ଏହା ଉପହାସ | ଏହି ନିଷ୍ପତି ଘୋର ଆପତ୍ତିଜନକ | ନବୀନ ବାବୁ ଭଲ ନିଷ୍ପତି ନେଇଥିଲେ | ଯେତେ ରେଳ ପ୍ରକଳ୍ପ ହୋଇଛି ଆରମ୍ଭରୁ ଲାଭ ହୁଏନି | ସରକାରଙ୍କ ଲକ୍ଷ୍ୟ କଣ ରାଜସ୍ବ ନା ଲୋକସେବା | ତୁରନ୍ତ ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତି ପ୍ରତ୍ୟାହାର
କରନ୍ତୁ | ନହେଲେ ଭୟଙ୍କର ଆନ୍ଦୋଳନ ହେବ ବୋଲି ସେ ଚେତାବନୀ
ଦେଇଛନ୍ତି |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା