
ମୁମ୍ବାଇ, ୦୬ ଏପ୍ରିଲ୍(ହି.ସ.) – ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ସୋମବାର ଦିନ ବାରାମତି ବିଧାନସଭା ଉପ ନିର୍ବାଚନ ପାଇଁ ନିଜର ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଭାଜପା ନେତା ଏବଂ ରାଜସ୍ୱ ମନ୍ତ୍ରୀ ଚନ୍ଦ୍ରଶେଖର ବାୱନକୁଲେ, ପ୍ରଫୁଲ୍ଲ ପଟେଲ ସହିତ କେତେକ କଦ୍ଦାୱର ନେତା ଉପସ୍ଥିତ ଥିଲେ।
ନାମାଙ୍କନ ସମୟରେ ଉପ ମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ଭାବୁକ ହୋଇଯାଇଥିଲେ। ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ କେବେ ବି ଏହା ଭାବିନାହାନ୍ତି ଯେ ତାଙ୍କୁ ଉପ ନିର୍ବାଚନ ଲଢ଼ିବାକୁ ପଡ଼ିବ। ସୁନେତ୍ରା ପାୱାର କହିଛନ୍ତି ଯେ ସେ ଚାରିଥର ମୁଖ୍ୟମନ୍ତ୍ରୀ ଥିବା ଶରଦ ପାୱାରଙ୍କ ବୋହୁ ଅଟନ୍ତି। ଛଅଥର ଉପ ମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାରଙ୍କ ପତ୍ନୀ ଅଟନ୍ତି। ସେ କହିଛନ୍ତି ଯେ, ଅଜିତ୍ ଦାଦା ବାରାମତୀରେ ଶେଷନିଶ୍ୱାସ ନେଇଥିଲେ। ସେ କହିଛନ୍ତି ବାରାମତୀର ଲୋକଙ୍କୁ ଦେଖି ମତେ ସାହସ ମିଳିଛି। ବାରାମତୀର ସମସ୍ତ କୋଠାରେ ଅଜିତ ଦାଦାଙ୍କ ସ୍ପର୍ଶ ରହିଛି। ମୁଁ ବାରାମତୀର ଇଜ୍ଜତକୁ ଯଶ ମଧ୍ୟ କମ୍ ହେବାକୁ ଦେବିନାହିଁ। ଅଜିତ ଦାଦା ଭୋଟ୍ ସେୟାରର ରେକର୍ଡ଼ ଭାଙ୍ଗିଥିଲେ। ସେ କହିଛନ୍ତି ଯେ ଏହା ନିର୍ବାଚନ ନୁହେଁ, ଅଜିତ୍ ଦାଦାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ମୌକା ଅଛି। ଅଜିତ ଦାଦାଙ୍କ ଜନତା ଦରବାର ଜାରି ରହିବ। ସେ ଭରସା ଦେଇଛନ୍ତି ଯେ ବାରାମତୀର ବିକାଶ ଜାରି ରହିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି