ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନସୂଚକ ପୁରସ୍କାର ପାଇବ ଓଡିଶା ପୋଲିସ
ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)-ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନସୂଚକ ପୁରସ୍କାର ପାଇବ ଓଡିଶା ପୋଲିସ । ଏଥିପାଇଁ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି। ରାଜ୍ୟ ପୋଲିସକୁ ଦେବେ ପ୍ରେସିଡେନ୍ଟ କଲର୍ ଆୱାର୍ଡ।ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଭାରତରେ ଏକ ସାମର
ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନସୂଚକ ପୁରସ୍କାର ପାଇବ ଓଡିଶା ପୋଲିସ


ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)-ରାଷ୍ଟ୍ରପତିଙ୍କ

ଠାରୁ ସମ୍ମାନସୂଚକ ପୁରସ୍କାର ପାଇବ ଓଡିଶା ପୋଲିସ । ଏଥିପାଇଁ ଓଡ଼ିଶା ଆସିବେ ମହାମହିମ

ରାଷ୍ଟ୍ରପତି। ରାଜ୍ୟ ପୋଲିସକୁ ଦେବେ ପ୍ରେସିଡେନ୍ଟ କଲର୍ ଆୱାର୍ଡ।ଭାରତର ମହାମହିମ

ରାଷ୍ଟ୍ରପତିଙ୍କ ଦ୍ୱାରା ଭାରତରେ ଏକ ସାମରିକ ୟୁନିଟ୍, ତାଲିମ ପ୍ରତିଷ୍ଠାନ

କିମ୍ବା ପୋଲିସ୍ ଫୋର୍ସକୁ ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ହେଉଛି

ପ୍ରେସିଡେନ୍ଟ କଲର୍। ସାହସିକତା ଏବଂ ବୃତ୍ତିଗତ ସେବାକୁ ସ୍ୱୀକୃତି ଦେଇଥାଏ ଏହି ପୁରସ୍କାର। ଏକ

ଆନୁଷ୍ଠାନିକ ପତାକା ଏବଂ ଉତ୍କର୍ଷତାର ପ୍ରତୀକ ଭାବରେ ଏହା କାର୍ଯ୍ୟ କରେ । ଏହି ପୁରସ୍କାର ବା

ସମ୍ମାନର ପ୍ରତୀକ । ଯାହା ଅଧିକାରୀମାନେ ସେମାନଙ୍କ ୟୁନିଫର୍ମର ବାମ ହାତରେ ପିନ୍ଧନ୍ତି।

ଆଜି ଏନେଇ ପୋଲିସ ଡ଼ିଜିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ

ମିଟିଂ ଚାଲିଛି । ଯେଉଁଥିରେ ବହୁ ବରିଷ୍ଠ ଅଧିକାରୀ ଯୋଗଦାନ କରିଛନ୍ତି । ପୋଲିସ ସେବା ଭବନ

ସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ଚାଲିଛି ଏହି ଗୁରୁତ୍ୱପୂର୍ଣ୍ଣ ମିଟିଂ। ଏହି ବୈଠକରେ

କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, ଏଡିଜି ଆଇନଶୃଙ୍ଖଳା

ସଞ୍ଜୟ କୁମାର, ଏଡିଜି ଆଧୁନିକୀକରଣ

ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି

କମ୍ୟୁନିକେସନ ଦୟାଲ ଗ୍ୟାଙ୍ଗୱାର, ଏଡିଜି ଆଣ୍ଟି ନକ୍ସଲ ଅପରେସନ ସଂଜୀବ ପଣ୍ଡା, ଏଡିଜି ରାଜେଶ

କୁମାର, ଏଡିଜି ଏସ୍ ସାଇନି, ଏଚଆରପିସିଯତୀନ୍ଦ୍ର କୋଏଲ, ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ , ଏଡିଜି ମୁଖ୍ୟାଳୟ ପ୍ରତୀକ ମହାନ୍ତି, ଆଇଜି ପ୍ରବୀଣ କୁମାର, ଆଇଜି

କ୍ରାଇମବ୍ରାଞ୍ଚ ସାର୍ଥକ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande