
ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- ଓଡ଼ିଶାରେ ଆୟୋଜିତ ହେଉଛି ୬୯ ତମ ଜାତୀୟ ବିଦ୍ୟାଳୟ
ସମୂହ (ଏସଜିଏଫଆଇ) ୧୭ ବର୍ଷ
ଓ ୧୪ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା
ଖେଳାଳୀମାନଙ୍କୁ ନେଇ ଜାତୀୟ ବିଦ୍ୟାଳୟସ୍ତରୀୟ ରଗବୀ ଚାମ୍ପିଅନସିପ ୨୦୨୫-୨୬ । ଭୁବନେଶ୍ବରସ୍ଥିତ
କଳିଙ୍ଗ ଷ୍ଟାଡିୟମଠାରେ ବିଭିନ୍ନ ରାଜ୍ୟର ରଗବୀ ଖେଳାଳୀଙ୍କୁ ନେଇ ଓଡ଼ିଶାରେ ଜାତୀୟସ୍ତରୀୟ
ଖେଳର ଆୟୋଜନ କରାଯାଇଛି ।
ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା
ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ, ବିଦ୍ୟାଳୟ ଓ
ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ଼ା ଏନ୍. ତିରୁମାଲା ନାୟକ ଯୋଗ ଦେଇଛନ୍ତି ।
ଏପ୍ରିଲ ୬ ଓ ୭ ତାରିଖ ରେ ୧୭ ବର୍ଷରୁ କମ୍ ବାଳକ ଓ ବାଳିକାମାନଙ୍କୁ
ନେଇ ରଗବୀ ଚାମ୍ପିଅନସିପ୍ ଆୟୋଜିତ ହେଉଥିବା ବେଳେ ଏପ୍ରିଲ ୯ ଓ ୧୦ ତାରିଖରେ ୧୪ ବର୍ଷରୁ କମ୍
ଉଭୟ ବାଳକ ଓ ବାଳିକାମାନଙ୍କୁ ନେଇ ଆୟୋଜିତ ହେବ । ଏହି ଚାମ୍ପିଅନସିପ୍ ରେ ୧୫ ଟି ରାଜ୍ୟର
ଖେଳାଳୀ ଭାଗ ନେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା