
ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ପରିସରରେ ୯ମ
ବ୍ୟାଚ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଛି। ଉନ୍ନତ ଜ୍ଞାନକୌଶଳ, ସାଇବର ଅପରାଧ ରୋକିବା ଭଳି ସମସ୍ତ ଟ୍ରେନିଂ ସାରି
କାର୍ଯ୍ୟରେ ଯୋଗ ଦେବାକୁ ଯାଉଛନ୍ତି 5 ଜଣ ଡିଏସପି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ
4 ଜଣ ପୁରୁଷ ଅଛନ୍ତି।
ଦୀକ୍ଷାନ୍ତ ସମାରୋହରେ ପୋଲିସ ଡିଜି ୱାଇ ବି ଖୁରାନିଆ ମୁଖ୍ୟ ଅତିଥି
ଭାବେ ଯୋଗ ଦେଇଥିଲେ। 5 ଜଣ ଡିଏସପି ସୃଷ୍ଟି ପ୍ରଧାନ, ଦିବ୍ୟ ରଞ୍ଜନ ନାଥ, ସୌରଭ ରଞ୍ଜନ
ପ୍ରଧାନ, ସମର୍ଥ କୁମାର ବେହେରା ଓ ପଙ୍କଜ କୁମାର ମାଝୀ ଆଜିର
ଦୀକ୍ଷାନ୍ତ ସମାରୋହରେ ଚିତାକର୍ଷକ ପ୍ୟାରେଡ଼ ପ୍ରଦର୍ଶନ କରିଥିଲେ। ପୋଲିସ ସେବା କ୍ଷେତ୍ରରେ
ଯୋଗଦେବା ପୂର୍ବରୁ ଶପଥ ଗ୍ରହଣ କରିଛନ୍ତି ଏହି ନୂତନ ଡିଏସପି। ଏହି ଅବସରରେ ଟ୍ରେନିଂ
କ୍ଷେତ୍ରରେ କୃତକାର୍ଯ୍ୟ ପାଇଁ ଡିଏସପିମାନଙ୍କୁ ପୁରସ୍କାର କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା