ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା
ବିଜେପି


ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସରେ ସମସ୍ତ

କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ

ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା

ଦିବସରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । ଅନ୍ତ୍ୟୋଦୟ ଏବଂ

ରାଷ୍ଟ୍ର ସର୍ବୋପରି ଭାବନା ସହ ଆଗକୁ ବଢ଼ିଥିବା ଆମ ଦଳ ଆଜି ସେବା ଓ ସମର୍ପଣର ମହାଦ୍ରୁମ

ସାଜିଛି । ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ତଥା କୋଟି କୋଟି ଭାରତୀୟଙ୍କ ଭରସାର ଅନ୍ୟନାମ

ଭାରତୀୟ ଜନତା ପାର୍ଟି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande