ସିଙ୍ଗାପୁରରେ ବିଶ୍ବବିଖ୍ଯାତ ବାଲୁକାଶିଳ୍ପୀ ସୁଦାମ, କୋଣାର୍କ ସ୍ଯାଣ୍ଡ ଆନିମେସନ ପ୍ରଦର୍ଶନ ମନମୁଗ୍ଧ
ପୁରୀ, ୬ ଅପ୍ରେଲ (ହି.ସ.)- ସିଙ୍ଗାପୁର ଓଡ଼ିଆ ସମାଜ ପକ୍ଷରୁ ଜିଆଇଆଇଏସ ଅଡିଟୋରିୟମ୍ ରେ ଉତ୍କଳ ଦିବସ ୨୦୨୬ ବିଶେଷ ଉତ୍ସାହ ଓ ଭବ୍ୟତା ସହିତ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଶ୍ବବିଖ୍ଯାତ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ବାଲୁକା କଳା ପ୍ରଦର୍ଶନ କରିଥିଲେ । ଉତ୍କଳର ସଂସ୍କୃତି, ପରମ୍ପରା, ଐତି
ସିଙ୍ଗାପୁରରେ ବିଶ୍ବବିଖ୍ଯାତ ବାଲୁକାଶିଳ୍ପୀ ସୁଦାମ କୋଣାର୍କ ସ୍ଯାଣ୍ଡ ଆନିମେସନ ପ୍ରଦର୍ଶନ ମନମୁଗ୍ଧ


ପୁରୀ, ୬ ଅପ୍ରେଲ (ହି.ସ.)- ସିଙ୍ଗାପୁର ଓଡ଼ିଆ ସମାଜ ପକ୍ଷରୁ ଜିଆଇଆଇଏସ ଅଡିଟୋରିୟମ୍ ରେ ଉତ୍କଳ ଦିବସ ୨୦୨୬ ବିଶେଷ ଉତ୍ସାହ ଓ ଭବ୍ୟତା ସହିତ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଶ୍ବବିଖ୍ଯାତ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ବାଲୁକା କଳା ପ୍ରଦର୍ଶନ କରିଥିଲେ । ଉତ୍କଳର ସଂସ୍କୃତି, ପରମ୍ପରା, ଐତିହ୍ଯ ଓ କାରୁକଳା ପ୍ରଦର୍ଶିତ ହୋଇଥିଲା । ସିଙ୍ଗାପୁର ଓଡ଼ିଆ ସମାଜର ଅଧ୍ୟକ୍ଷ ସୁବ୍ରତ ନାୟକ ଅତିଥିମାନଙ୍କୁ ସ୍ଵାଗତ ଭାଷଣ ଓ ଓଡ଼ିଆ ପରମ୍ପରା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏଥିରେ ମୁଖ୍ଯ ଅତିଥି ଭାବେ ସିଙ୍ଗାପୁରରେ ଅବସ୍ଥାପିତ ଭାରତର ଉଚ୍ଚଆୟୁକ୍ତ ଶିଳ୍ପକ ଆମ୍ବୁଲେ ଯୋଗଦେଇ ଓଡ଼ିଆ କଳା ସଂସ୍କୃତିକୁ ପ୍ରଶଂସା କରିଥିଲେ । ଏମ ସିସି ୱାଇ ଭାରତୀୟ ବ୍ଯାଙ୍କ ଓ ବହୁ ସାମାଜିକ ସଂଗଠନ ଏହି ଉତ୍ସବରେ ଯୋଗ ଦେଇଥିଲେ । ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ଲାଇଭ ସ୍ଯାଣ୍ଡ ଆନିମେସନ ପ୍ରଦର୍ଶନ ସମସ୍ତଙ୍କୁ ମନମୁଗ୍ଧ କରିଥିଲା । ପ୍ରାୟ ୩୦ ମିନିଟ ଏହି ଆନିମେସନ ଚାଲିଥିଲା । ଓଡ଼ିଶାର କଳା ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ଏଥିରେ ପ୍ରଦର୍ଶିତ ହୋଇଥିଲା । ଭାରତ ଓ ସିଙ୍ଗାପୁର ମଧ୍ଯରେ ସାଂସ୍କୃତିକ ଆଦାନପ୍ରଦାନ ଓ ବନ୍ଧୁତ୍ୱର ଝଲକ ଦେଖିବାକୁ ମିଳିଥିଲା । ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ସମ୍ପର୍କରେ ଛୋଟ ଟେବୁଲ ଟପ ବାଲୁକା କାରୁକାର୍ଯ୍ୟକୁ ସିଙ୍ଗାପୁରର ଦର୍ଶକମାନେ ପ୍ରଶଂସିତ କରିଥିଲେ । ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶିତ ହୋଇଥିଲା । ଜଣେ ସ୍ଥାପକଙ୍କୁ ଜୀବନବ୍ୟାପୀ ସଫଳତା ପାଇଁ ପୁରସ୍କୃତ କରାଯାଇଥିଲା ।

ସଂଗଠନର ସଦସ୍ୟ ମାନଙ୍କ ମଧ୍ଯରେ ସଞ୍ଜୀବ ସାହୁ, ସ୍ୱାଗତିକା ବିଶ୍ୱାଳ, ରଞ୍ଜିତ ସାହୁ, ସାଲୋନୀ ଦାସ, ବିଜୟଲକ୍ଷ୍ମୀ ବେହେରା, ମନୋରମା ଜେନା, ଶାରଦା ସାହୁ, ଲଗ୍ନଜିତ ପଟ୍ଟନାୟକ, ସୌମ୍ୟ ପାଲ, ସତ୍ୟମ ପାଣ୍ଡା ଓ ସୁଶାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande