ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ, କୋବ୍ରା ୨୦୫ ବାଟାଲିୟନ ଯବାନ ଆହତ
ପଶ୍ଚିମ ସିଂହଭୂମ, ୬ ଅପ୍ରେଲ (ହି.ସ.)- ସୋମବାର ସକାଳେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ନକ୍ସଲ ପ୍ରଭାବିତ ସରଣ୍ଡା ଜଙ୍ଗଲରେ ନକ୍ସଲମାନେ ପୁଣି ଥରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିଛନ୍ତି । କୋବ୍ରା ୨୦୫ ବାଟାଲିୟନର ସୈନିକ ଅନୁଜ କୁମାର ଏକ ସର୍ଚ୍ଚ ଅପରେସନ ସମୟରେ ଆଇଇଡି ବିସ୍ଫୋରଣ ହେବାରୁ ଆ
ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ, କୋବ୍ରା ୨୦୫ ବାଟାଲିୟନ ଯବାନ ଆହତ


ପଶ୍ଚିମ ସିଂହଭୂମ, ୬ ଅପ୍ରେଲ (ହି.ସ.)- ସୋମବାର ସକାଳେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ନକ୍ସଲ ପ୍ରଭାବିତ ସରଣ୍ଡା ଜଙ୍ଗଲରେ ନକ୍ସଲମାନେ ପୁଣି ଥରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିଛନ୍ତି । କୋବ୍ରା ୨୦୫ ବାଟାଲିୟନର ସୈନିକ ଅନୁଜ କୁମାର ଏକ ସର୍ଚ୍ଚ ଅପରେସନ ସମୟରେ ଆଇଇଡି ବିସ୍ଫୋରଣ ହେବାରୁ ଆହତ ହୋଇଛନ୍ତି । ତଥାପି, ଯବାନଙ୍କ ଅବସ୍ଥା ଗୁରୁତର ନୁହେଁ ଏବଂ ସେ ସାମାନ୍ୟ ଆହତ ହୋଇଛନ୍ତି ।

ବାଲିବା ଗ୍ରାମ ନିକଟ ସରଣ୍ଡା ଜଙ୍ଗଲର ଚଡ଼ରା ଡେରା ଅଂଚଳରେ ସୁରକ୍ଷା ବାହିନୀ ନିୟମିତ ସର୍ଚ୍ଚ ଅପରେସନ କରୁଥିଲେ । ଏହି ସମୟରେ ହଠାତ୍ ବିସ୍ଫୋରଣ ଘଟି ଯବାନ ଅନୁଜ କୁମାର ଆହତ ହୋଇଛନ୍ତି । ତାଙ୍କ ସହକର୍ମୀମାନେ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ତାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଂଚିକୁ ନେବା ପାଇଁ ପ୍ରସ୍ତୁତି ଚାଲିଛି, ଯେଉଁଠାରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯିବ ।

ଘଟଣାର ନିଶ୍ଚିତ କରି ପଶ୍ଚିମ ସିଂହଭୂମି ପୋଲିସ ଅଧିକ୍ଷକ ଅମିତ ରେଣୁ କହିଛନ୍ତି ଯେ, ନକ୍ସଲବାଦୀଙ୍କ ଦ୍ୱାରା ଏପରି କାପୁରୁଷ ଆକ୍ରମଣ ପୂର୍ବରୁ ଘଟିଛି, ଯାହା ଫଳରେ ଅନେକ ନିରୀହ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁରକ୍ଷା ବାହିନୀ ନକ୍ସଲବାଦୀଙ୍କ ବିରୁଦ୍ଧରେ ନିରନ୍ତର ଅପରେସନ୍ ଚଳାଇଛନ୍ତି ଏବଂ ଭବିଷ୍ୟତରେ ଏହାକୁ ଆହୁରି ତୀବ୍ର କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande