୧୨ରେ ସମ୍ବଲପୁର ଜାତୀୟ ନୃତ୍ୟ ପ୍ରତିଯୋଗିତା
୧୨ରେ ସମ୍ବଲପୁର ଜାତୀୟ ନୃତ୍ୟ ପ୍ରତିଯୋଗିତା
୧୨ରେ ସମ୍ବଲପୁର ଜାତୀୟ ନୃତ୍ୟ ପ୍ରତିଯୋଗିତା


ସମ୍ବଲପୁର, ୦୭, ଏପ୍ରିଲ୍ (ହି.ସ.) - ଆର୍ଟ ଅଫ୍ ସୋଲ୍ ପ୍ରଡକ୍ସନ୍ ଟ୍ରଷ୍ଟ ପକ୍ଷରୁ ଆସନ୍ତା ୧୨ତାରିଖ ଦିନ ଜିଏମୟୁ ପ୍ରେକ୍ଷାଳୟ ଠାରେ ଦ' ସୋଡାଉନ୍ ଚ୍ୟାପ୍ଟର -୩ ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି। ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ନୃତ୍ୟଶିଳ୍ପୀମାନଙ୍କୁ ଏକ ସଜୀବ ମଂଚ ପ୍ରଦାନ ଓ ଶାସ୍ତ୍ରୀୟ, ଲୋକ ଓ ଓପେନ୍-ଷ୍ଟାଇଲ୍ ନୃତ୍ୟ ଶୈଳୀରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପ୍ରଦାନ ପାଇଁ ଏହି କାର?୍ୟ୍ୟକ୍ରମ ଆୟୋଜନ କରାଯାଉଛି । ଏହି ପ୍ରତିଯୋଗିତା ପାଇଁ ଏପର୍ଯ୍ୟନ୍ତ ୮ରୁ ଉର୍ଦ୍ଧ୍ୱ ରାଜ୍ୟରୁ ପ୍ରତିଯୋଗୀ ପଞ୍ଜିକୃତ କରି ସାରିଛନ୍ତି ଏବଂ ୨ ଶହରୁ ଅଧିକ ନୃତ୍ୟଶିଳ୍ପୀ ଏଥିରେ ଅଂଶ ଗ୍ରହଣ ବୋଲି ଆଶା କରାଯାଇଛି । ଲୋକ ଓ ଶାସ୍ତ୍ରୀୟ ବର୍ଗରେ ଗୁରୁ ଧ୍ୟାନ ପଣ୍ଡା ଏବଂ ଶାସ୍ତ୍ରୀୟ ବର୍ଗ ପାଇଁ ଡ଼. ତପସ୍ୱିନୀ ଗୁରୁ ଓ ଓପେନ ଷ୍ଟାଇଲ ବର୍ଗରେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ରକ୍ତିମ ଠାକୁରିଆ ମୂଲ୍ୟାୟନ କରିବେ। ପୂର୍ବ ସଂସ୍କରଣ ଗୁଡିକୁ ବ୍ୟାପକ ପ୍ରଶଂସା ମିଳିଥିଲା ବୋଲି ଉଦ୍ୟୋକ୍ତା ମାନେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ବୁଲୁ ପୂଜାରୀ ଓ ସାଧାରଣ ସଚିବ ସୁରଜିତ ମିତ୍ର କାର୍ଯ୍ୟକ୍ରମ ସମ୍ବନ୍ଧିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମିଶୁ ଅଙ୍କିତା ମହାପାତ୍ର, ମାନସ ପାଢ଼ୀ, ସଦସ୍ୟ ସୁବ୍ରତ ସାହୁ, ଆରତୀ ଟଣ୍ଡନ୍, ସୁଭଶ୍ରୀ ଦାଶ, ଆର୍ଯ୍ୟନ ନାୟକ, ସୁଶ୍ରିତା ପାଣିଗ୍ରାହୀ ଓ ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande