

ବଲାଙ୍ଗିର, ୭ ଅପ୍ରେଲ (ହି.ସ.)- ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା ଓ ବଲାଙ୍ଗିର ଆୟୁର୍ବେଦ କଲେଜର ମିଳିତ ସହଯୋଗରେ ଏକ ଆଲୋଚନାଚକ୍ର ପର୍ଯ୍ୟାବରଣ ଓ ଆୟୁର୍ବେଦ ତଥା ପରିବେଶ ଓ ପର୍ଯ୍ୟବରଣ ଉପରେ କବିତା ପଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଭାପତିତ୍ୱ କରିଥିଲେ ଡ. ଭବାନୀ ଶଙ୍କର ପଟେଲ, ମୁଖ୍ୟ ଅତିଥି ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ, ବକ୍ତା ଭାବରେ ଡାକ୍ତର ବିଶ୍ୱଜିତ ଦାଶ ତଥା ଡାକ୍ତର ଭାଗ୍ୟ ରଂଜନ ଦାଶ ବକ୍ତବ୍ୟ ରଖିଥିଲେ । ମଂଚ ପରିଚାଳନା କରିଥିଲେ ଡାକ୍ତର ନିଗମାନନ୍ଦ ବଳ ଓ କବିତା ସଂଯୋଜନା କରିଥିଲେ ବିଶିଷ୍ଟ କବି ଲିଲି ପଟେଲ ଓ ବିଶିଷ୍ଠ କଣ୍ଠ ଶିଳ୍ପୀ ଚୁମକୀ ଦାଶ, ପରିଷଦ ସଚିବ ରାମଚନ୍ଦ୍ର ପଟେଲ ପରିଷଦର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିଲେ । ଗିରିଜା ଶଙ୍କର ରଥ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସହ ରେବା ଅନୁଭୂତି ଓ ଆସନ୍ତା କୋଟିଆ (କୋରାପୁଟ) ସମ୍ବିଳନୀ ଉପରେ ସୂଚନା ଦେଇଥିଲେ । ବକ୍ତାମାନେ ତଥା ମୁଖ୍ୟ ଅତିଥି ମାତୃଭାଷା ଓଡିଆର ପ୍ରଶଂସା କରିଥିଲେ ଓ ଆୟୁର୍ବେଦ ସହ ପର୍ଯ୍ୟାବରଣର ସଂପର୍କକୁ ଗୁରୁତ୍ୱ ଦେଇଥିଲେ ।
କବିତା ପାଠୋତ୍ସବରେ କବି ଅଭିଷେକ ତ୍ରିବେଦୀ, ଜାହ୍ନବୀ, ପ୍ରଗତି, ଭାଲେରାଓ, ପଙ୍କଜ ଉପାଧ୍ୟାୟ, ସୀତାରାମ ମେହେର, ଡା. ବିବେକ ଛାକେ, ଗୋପୀକୃଷ୍ଣ ପାଣ୍ଡିଆ, ବଳିଷ୍ଠ ପ୍ରଧାନ, ନଳିନୀ ପ୍ରଭା ଶତପଥି, ରାମ ଶଙ୍କର ଶତପଥି ଓ ଡ.ଭବାନୀ ଶଙ୍କର ପଟେଲ, ଗିରିଜା ଶଙ୍କର ରଥ, ଚୁମକୀ ଦାଶ, ଲିଲି ପଟେଲ, ଅରୁଷୀ ସିଂହ, ଶ୍ରେୟସୀ ନିଗମାନନ୍ଦ, ଦିବ୍ୟାରାଣୀ ବେହେରା, ଶକ୍ତି ସ୍ୱରୁପ ବ୍ରହ୍ମ, ସନାତନ ମିଶ୍ର, କବିତା ମିଶ୍ର, ସବିତା ଦାନୀ, ଗୋପୀନାଥ ଦଣ୍ଡସେନା ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କବି ବଳିଷ୍ଠ ପ୍ରଧାନଙ୍କ କବିତା ସଂକଳନ ଅନ୍ତର୍ଦାହ ଉନ୍ମୋଚନ ହୋଇଥିଲା । ସଭାପତି ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ