ଏପ୍ରିଲ ୧୩ରେ ରାଇରଙ୍ଗପୁରରେ ଅନୁଷ୍ଠିତ ହେବ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ରାଇରଙ୍ଗପୁର, ୭ ଏପ୍ରିଲ୍ (ହି.ସ.)- ଜିଲ୍ଲା କାର୍ଯ୍ୟାଳୟର ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ଏପ୍ରିଲ ମାସ ଦ୍ଵିତୀୟ ସୋମବାର ତଥା ୧୩ ତାରିଖରେ ରାଇରଙ୍ଗପୁର ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସକାଳ ୭ଟା ସମୟରେ ଆରମ୍ଭ ହୋଇ ଜନସାଧାରଣଙ୍କ ଆପତ୍ତ
ଏପ୍ରିଲ ୧୩ରେ ରାଇରଙ୍ଗପୁରରେ ଅନୁଷ୍ଠିତ ହେବ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର


ରାଇରଙ୍ଗପୁର, ୭ ଏପ୍ରିଲ୍ (ହି.ସ.)- ଜିଲ୍ଲା କାର୍ଯ୍ୟାଳୟର ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ଏପ୍ରିଲ ମାସ ଦ୍ଵିତୀୟ ସୋମବାର ତଥା ୧୩ ତାରିଖରେ ରାଇରଙ୍ଗପୁର ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସକାଳ ୭ଟା ସମୟରେ ଆରମ୍ଭ ହୋଇ ଜନସାଧାରଣଙ୍କ ଆପତ୍ତି /ଅଭିଯୋଗ ଗୁଡିକର ଶୁଣାଣି କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ବାମନଘାଟୀ ଉପଖଣ୍ଡର ସମସ୍ତ ଉପଖଣ୍ଡ ସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଗୋଷ୍ଠୀ ଶିକ୍ଷାଧିକାରୀ, ସିଡିପିଓ ତଥା ବାମନଘାଟୀ ଉପଖଣ୍ଡ ଅଧିନସ୍ଥ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଏବଂ ସମସ୍ତ ଲାଇନ ବିଭାଗର ଅଧିକାରୀ ମାନଙ୍କ ଉପସ୍ଥିତିରେ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି କରାଯିବ। ଏଣୁ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ବାମନଘାଟି ଉପଖଣ୍ଡ ଅଧିନସ୍ଥ ୭ଟି ବ୍ଲକ ଓ ରାଇରଙ୍ଗପୁର ସହରାଞ୍ଚଳର ଜନସାଧାରଣ ମାନେ ନିର୍ଧାରିତ ତାରିଖ ଓ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପସ୍ଥିତ ହୋଇ ନିଜ ନିଜର ବ୍ୟକ୍ତିଗତ ତଥା ସାମୁହିକ ସମସ୍ୟା ସମ୍ପର୍କିତ ଆପତ୍ତି ଅଭିଯୋଗ ପତ୍ର ଗୁଡିକ ଦାଖଲ କରିପାରିବେ ବୋଲି ସୂଚୀତ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande