ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରକ୍ତଦାନ ଶିବିର ଆୟୋଜିତ: ୨୦ ୟୁନିଟ୍ ରକ୍ତ ସଂଗୃହୀତ
ଜୟପୁର, ୭ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ (ଡାଇଏଟ୍)ରେ ଏକ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ମମତା ଝୋଡିଆଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଓଡ଼ିଆପକ୍ଷ ପାଳନ ଓ ବିଶ
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରକ୍ତଦାନ ଶିବିର ଆୟୋଜିତ: ୨୦ ୟୁନିଟ୍ ରକ୍ତ ସଂଗୃହୀତ


ଜୟପୁର, ୭ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ (ଡାଇଏଟ୍)ରେ ଏକ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ମମତା ଝୋଡିଆଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଓଡ଼ିଆପକ୍ଷ ପାଳନ ଓ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳନ ଅବସରରେ ଯୁବରେଡକ୍ରସ ତରଫରୁ ମିଳିତ ଭାବେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଓଡ଼ିଶା ରକ୍ତ କେନ୍ଦ୍ର, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ୍ ର ସହଯୋଗରେ ଆୟୋଜିତ ଏହି ଶିବିରକୁ ରଞ୍ଜିତ ସାହୁ, ଅଜିତ ଗୌଡ଼ ଓ ରବୀନ୍ଦ୍ର ଗୌଡ଼ ୨୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଡାଇଏଟ ର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ଅଂଶଗ୍ରହଣରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନକାରୀମାନଙ୍କ ମଧ୍ୟରେ କୁସୁମ ପାଣ୍ଡେ (ଶିକ୍ଷକ ପ୍ରଶିକ୍ଷିକା), ବ୍ରହ୍ମଦେବ ଟୁଡୁ (ଶିକ୍ଷକ ପ୍ରଶିକ୍ଷିକ) ଓ ଦେବାଶିଷ ପଟ୍ଟନାୟକ (ଆଇସିଟି ଇନ୍ଷ୍ଟ୍ରକ୍ଟର୍) ଉଲ୍ଲେଖନୀୟ।

ଏହାସହ ଅନୁଷ୍ଠାନର କର୍ମଚାରୀ ଜଗଦୀଶ ଜାନି ଓ ଶୋଭା ପରଜାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଏହି ରକ୍ତଦାନ ଶିବିର ମାଧ୍ୟମରେ ସମାଜ ସେବା ପ୍ରତି ସଂସ୍ଥାର ସମର୍ପଣ ଓ ମାନବିକତାର ପରିଚୟ ମିଳିଛି। ଏହି ଶିବିର ଆୟୋଜନ ନିମନ୍ତେ ଗତକାଲି ଜିଲ୍ଲା ସଂଯୋଜାକ ଡ଼ଃ. ନରେଶ ଚନ୍ଦ୍ର ସାହୁ ରକ୍ତଦାନ ସଂପର୍କିତ ଏକ ଅଭାସି ମୋଟୀଭେଶନ କ୍ଲାସ ଉଭୟ ଶିକ୍ଷକ ପ୍ରଶିକ୍ଷିକ ଏଵଂ ଛାତ୍ରୀ ଓ ଛାତ୍ରମାନଙ୍କର ନେଇଥିଲେ। ବିଶ୍ଵ ସ୍ବାସ୍ଥ୍ୟ ଦିବସରେ ସିକଲ ସେଲ୍ ରୋଗୀମାନଙ୍କ ପାଇଁ ଡାଇଏଟ୍ ପକ୍ଷରୁ ଆୟୋଜିତ ଏହି ଅଭିନବ କାର୍ଯ୍ୟକ୍ରମର କୋରାପୁଟ ଜିଲ୍ଲା ଯୁବ ରେଡ୍ କ୍ରସ୍ ସଂଯୋଜକ ଡ଼ଃ. ନରେଶ ଚନ୍ଦ୍ର ସାହୁ ଭୁୟସୀ ପ୍ରଶଂସା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande