ଦଣ୍ଡ ଯାତ୍ରା ଦଳ ମୁଖ୍ୟ ନିୟମରୁ ଦୂରେଇ ଯାଉଛନ୍ତି
ଗଂଜାମ, 07 ଏପ୍ରିଲ୍ (ହି.ସ.) ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ବହୁଦଣ୍ଡ ଯାତ୍ରା ଦଳ ମୂଖ୍ୟ ସ୍ରୋତ ତଥା ନିୟମରୁ ଦୂରେଇ ଯାଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ରାତିରେ ଜଜ ମାନଙ୍କ ଘର ସମ୍ମୁଖରେ ମାଁ କାଳୀଙ୍କ ପ୍ରଭା ପ୍ରଦର୍ଶନ ପରେ ୧୩ଟି ସୁଆଙ୍ଗ ହେଵା କଥା । କିନ୍ତୁ ଦଣ୍ଡ ଯାତ୍ରାଦ
ଦଣ୍ଡ ଯାତ୍ରା ଦଳ ମୁଖ୍ୟ ନିୟମରୁ ଦୂରେଇ ଯାଉଛନ୍ତି


ଗଂଜାମ, 07 ଏପ୍ରିଲ୍ (ହି.ସ.) ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ବହୁଦଣ୍ଡ ଯାତ୍ରା ଦଳ ମୂଖ୍ୟ ସ୍ରୋତ ତଥା ନିୟମରୁ ଦୂରେଇ ଯାଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ରାତିରେ ଜଜ ମାନଙ୍କ ଘର ସମ୍ମୁଖରେ ମାଁ କାଳୀଙ୍କ ପ୍ରଭା ପ୍ରଦର୍ଶନ ପରେ ୧୩ଟି ସୁଆଙ୍ଗ ହେଵା କଥା । କିନ୍ତୁ ଦଣ୍ଡ ଯାତ୍ରାଦଳ କାଳୀ ପ୍ରଭା ଓ ଚଢେୟା ସୁଆଙ୍ଗ ପ୍ରଦର୍ଶନ ପରେ ଅନ୍ୟ ସୁଆଙ୍ଗ ଵାଦ ଦେଇ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ମେଲୋଡି, ଅଶ୍ଳୀଳ ନୃତ୍ୟ ସହ ସାମାଜିକ ନାଟକ ପ୍ରଦର୍ଶନ କରୁଛନ୍ତି। ଫଳରେ ଅନ୍ୟ ବର୍ଗର ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦଣ୍ଡ ଯାତ୍ରାରେ ବିଧି ମୁତାବକ ୧୩ଟିସୁଆଙ୍ଗ ପ୍ରଦର୍ଶନ ପାଇଁ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande