ଜିଲ୍ଲା ସ୍ତରୀୟ ରାଜସ୍ଵ ସମୀକ୍ଷା ବୈଠକ ଅନୁଷ୍ଠିତ : ରାଜସ୍ବ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ଓ ସ୍ଵଚ୍ଛତା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ଵ
ଝାରସୁଗୁଡ଼ା, ୭ ଏପ୍ରିଲ୍ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ୨୦୨୬ ମାସ ପାଇଁ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗରୁ ଆଦାୟ ହେଉଥିବା ରାଜସ୍ୱର ସ୍ଥିତି ଏବଂ ଆଗାମୀ ସମୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ
ଜିଲ୍ଲା ସ୍ତରୀୟ ରାଜସ୍ଵ ସମୀକ୍ଷା ବୈଠକ ଅନୁଷ୍ଠିତ : ରାଜସ୍ବ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ଓ ସ୍ଵଚ୍ଛତା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ଵ


ଝାରସୁଗୁଡ଼ା, ୭ ଏପ୍ରିଲ୍ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ୨୦୨୬ ମାସ ପାଇଁ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗରୁ ଆଦାୟ ହେଉଥିବା ରାଜସ୍ୱର ସ୍ଥିତି ଏବଂ ଆଗାମୀ ସମୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ସରକାରୀ ସ୍ତରରେ ରାଜସ୍ୱ ବୃଦ୍ଧି ସହ ଏଥିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବାକୁ ଜିଲ୍ଲାପାଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ବୈଠକରେ ବିଶେଷ କରି ବୁର୍ଲା ଜଳସେଚନ ବିଭାଗ ପକ୍ଷରୁ ମାର୍ଚ୍ଚ ମାସ ପାଇଁ ଜଳକର ଆଦାୟର ସ୍ଥିତି ସମୀକ୍ଷା କରାଯାଇଥିଲା। ଏହା ସହିତ ଖଣି, କୃଷି, ଆର.ଟି.ଓ, ଜମି ଜମା ସଂକ୍ରାନ୍ତୀୟ ରାଜସ୍ୱ ଏବଂ ଅବକାରୀ ବିଭାଗର କାର୍ଯ୍ୟାବଳୀ ଉପରେ ଆଲୋଚନା ହୋଇଥିଲା। ବେଆଇନ ମଦ କାରବାର ଓ ଚୋରା ଚାଲାଣ ରୋକିବା ପାଇଁ ଏନଫୋର୍ସମେଣ୍ଟ ପ୍ରକ୍ରିୟାକୁ ଅଧିକ ଜୋରଦାର କରିବା ସହ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ଉକ୍ତ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କିଶୋର ଚନ୍ଦ୍ର ସ୍ୱାଇଁ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ରାଜସ୍ୱ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାର ପ୍ରଗତି ଓ ସରକାରୀ ପାଣ୍ଠିକୁ ସୁଦୃଢ଼ କରିବା ପାଇଁ ପ୍ରତିଟି ବିଭାଗ ନିଜର ଶତ ପ୍ରତିଶତ ଚେଷ୍ଟା କରିବା ଉଚିତ ବୋଲି ବୈଠକରେ ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ। ଶେଷରେ ଜିଲ୍ଲାପାଳ ସମସ୍ତ ତହସିଲଦାର ଏବଂ ଉପ-ଜିଲ୍ଲାପାଳଙ୍କୁ ବିଭିନ୍ନ ରାଜସ୍ବ ସଂକ୍ରାନ୍ତୀୟ କାର୍ଯ୍ୟକଳାପକୁ ନିୟମିତ ସମୀକ୍ଷା କରିବାକୁ କହିଛନ୍ତି। ରାଜସ୍ୱ ଆଦାୟ କ୍ଷେତ୍ରରେ କୌଣସି ପ୍ରକାର ଶିଥିଳତାକୁ ଗ୍ରହଣ କରାଯିବ ନାହିଁ ଏବଂ ସମସ୍ତ ତଥ୍ୟ ନିୟମିତ ଭାବେ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପାଇଁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande