
ବଲାଙ୍ଗିର, ୦୭ ଏପ୍ରିଲ୍ (ହି.ସ.) - ପୁଇଁନ୍ତଲା ବ୍ଲକ ବୁବେଲ ଗ୍ରାମ ପଂଚାୟତରେ ଅବସ୍ଥିତ ନିଧିସାଗର ବିଦ୍ୟାପୀଠ ବୁବେଲ ରେ ପ୍ରଥମ କରି ତା.୦୨.୦୫.୧୯୮୮ ରେ ବିଜ୍ଞାନ ଶିକ୍ଷକ ଭାବେ ଯୋଗଦାନ କରି ପରେ କୁଶଙ୍ଗ ପଂଚାୟତ ନୋଡାଲ ହାଇସ୍କୁଲ କୁଶଙ୍ଗ ଏବଂ ଶେଷରେ ହରେକୃଷ୍ଣ ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟ ଲୋଇସିଂହାରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରି ତା.୩୧.୦୩.୨୦୨୬ ଦିନ ଚାକିରି ରୁ ଅବସର ନେଇଥିବା ଉଦ୍ଧବ ଚନ୍ଦ୍ର ପଟେଲ ଙ୍କୁ ପୂର୍ବତନ ଛାତ୍ର ଛାତ୍ରୀ, ପରିବାର ଆତ୍ମୀୟ ସ୍ୱଜନ ମହାସମାରୋହରେ ବିଦାୟକାଳିନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଶ୍ରୀ ପଟେଲ ତାଙ୍କ ୩୭ ବର୍ଷ ୧୧ ମାସ ଶିକ୍ଷକତା ସମୟରେ ବହୁତ ମେଧାବୀ ଛାତ୍ର ଛାତ୍ରୀ ନିର୍ମାଣ କରିବା ସହ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବେ ଅଂଚଳରେ ସୁନାମ ଅର୍ଜନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଛାତ୍ର ଅଂଜନ କୁମାର ସାଏ ପରିଚାଳନା କରିଥିବା ବେଳେ ଶତାଧିକ ପୂର୍ବତନ ଛାତ୍ର ଛାତ୍ରୀ ପରିବାର ବର୍ଗ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ