ସାରର ସୁଗମ ବଣ୍ଟନକୁ ନେଇ ବୈଠକରେ ଆଲୋଚନା
ଜୟପୁର, ୭ ଅପ୍ରେଲ (ହି.ସ.)- ଜୟପୁର ସ୍ଥିତ ଜିଲ୍ଲା କୃଷିଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କୋରାପୁଟ୍ ଜିଲ୍ଲାରେ ସାରର ସୁଗମ ବଣ୍ଟନ କିପରି କରାଯିବ ସେନେଇ ଜିଲ୍ଲା ସାର ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସିଡିଏଓ ସନ୍ତୋଷ କୁମାର ଦଳବେହେରା, ଡିଆରସିଏସ ମୋନିକା
ସାରର ସୁଗମ ବଣ୍ଟନକୁ ନେଇ ବୈଠକରେ ଆଲୋଚନା


ଜୟପୁର, ୭ ଅପ୍ରେଲ (ହି.ସ.)- ଜୟପୁର ସ୍ଥିତ ଜିଲ୍ଲା କୃଷିଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କୋରାପୁଟ୍ ଜିଲ୍ଲାରେ ସାରର ସୁଗମ ବଣ୍ଟନ କିପରି କରାଯିବ ସେନେଇ ଜିଲ୍ଲା ସାର ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସିଡିଏଓ ସନ୍ତୋଷ କୁମାର ଦଳବେହେରା, ଡିଆରସିଏସ ମୋନିକା ରାୟ, ଏଡିଓ ଲଲାଟେନ୍ଦୁ ମହାପାତ୍ର, ଏଡିଓ ସୁଜାତା ନିଶଙ୍କ, ସିଡିଏଓ କାହ୍ନୁଚରଣ ଦାସ ଓ ସାର ଯୋଜନା ଅଧିକାରୀ ସଙ୍ଗୀତା ବେହେରା ପ୍ରମୁଖ ଉପସ୍ଥିତ ରହି ମାସିକ ସାର ମୂଲ୍ୟାଙ୍କନ ଏବ˚ ସମୟୋଚିତ ବଣ୍ଟନ ଯୋଜନା, ସାର ବିକ୍ରୟ ପାଇଁ ମାନକ କାର୍ଯ୍ୟ ପ୍ରଣାଳୀ ଉପରେ ଆଲୋଚନା କରାଯାଇଥିଲା। ସାରର ସନ୍ତୁଳିତ ବ୍ୟବହାର ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ମାର୍କଫେଡ ଏବ˚ ଘରୋଇ ଡିଲର ମାନଙ୍କୁ ସାର ଯୋଗାଣର ୬୦-୪୦ ଅନୁପାତ ପାଇଁ ସାର କମ୍ପାନୀ ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ରାକ ପଏଣ୍ଟରେ ଜିଲ୍ଲାକୁ ଆସୁଥିବା ସମସ୍ତ ସାରର ସମୟୋଚିତ ନମୁନା ପାଇଁ ବିଭିନ୍ନ ପଦ୍ଧତି ଉପରେ ଆଲୋଚନା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande