
ଜୟପୁର, ୭ ଏପ୍ରିଲ୍ (ହି.ସ.)- ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ତେଲେଙ୍ଗାନା ଜିଲାର ବି. ଅଖିଲ । ସୂଚନା ଅନୁଯାଇ, ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଡିମଳା ଛକରେ ଚଢଉ କରିଛି । ଚଢଉ କରି ୫ କେଜି ଗଞ୍ଜେଇ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି । ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ଏହି ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି