୨୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ
ଜୟପୁର, ୭ ଅପ୍ରେଲ (ହି.ସ.)- ଜୟପୁର ଅଗ୍ରସେନ୍ ଭବନ ଠାରେ ସହରର ଗଣମାନ୍ୟ, ବୁଦ୍ଧିଜୀବି, ବିଭୂତି ବାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି ୨୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକର ଶୁଭାରମ୍ଭ ହୋଇଥିଲା l ସବ ଜୋନ ସମନ୍ଵୟକ ବାଲ୍ମୀକି ପ୍ରଧାନଙ୍କ ଅଧ୍ୟକ୍ଷତାରେ ସମ୍ପନ୍ନ
୨୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ


ଜୟପୁର, ୭ ଅପ୍ରେଲ (ହି.ସ.)- ଜୟପୁର ଅଗ୍ରସେନ୍ ଭବନ ଠାରେ ସହରର ଗଣମାନ୍ୟ, ବୁଦ୍ଧିଜୀବି, ବିଭୂତି ବାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି ୨୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକର ଶୁଭାରମ୍ଭ ହୋଇଥିଲା l ସବ ଜୋନ ସମନ୍ଵୟକ ବାଲ୍ମୀକି ପ୍ରଧାନଙ୍କ ଅଧ୍ୟକ୍ଷତାରେ ସମ୍ପନ୍ନ ହୋଇଅଛି l କୋରାପୁଟ ଜିଲ୍ଲା ସମନ୍ଵୟ ସୁଶ୍ରୀ ଋତୁମ୍ବର। ପାତ୍ର ସୋହଯୋଗୀଙ୍କ ସହ ଏକ ପ୍ରଜ୍ଞା ସଙ୍ଗୀତ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

ଏଥିରେ ପ୍ରଥମେ କୋରାପୁଟ ଜିଲ୍ଲା ସପ୍ତଶୂତ୍ରୀ କାର୍ଯ୍ୟକ୍ରମ ପ୍ରମୁଖ ନିରଞ୍ଜନ ପାଣିଗ୍ରାହି ୧୯୮୭ ରେ ହୋଇଥିବା ୧୦୮ କୁଣ୍ଡିୟ ଗାୟତ୍ରୀ ଯଜ୍ଞର ସ୍ମୃତିକୁ ଦର୍ଶାଇ ଶାନ୍ତିକୁଞ୍ଜ ହରିଦ୍ଵାରରୁ ପ୍ରାପ୍ତ ହୋଇଥିବା ଲେ ଆଉଟ୍ ବ୍ଲ୍ୟୁ ପ୍ରିଣ୍ଟ କୁ ଉନ୍ମୋଚନ କରି ବିସ୍ତାରିତ ଭାବେ ଯଜ୍ଞ ସ୍ଥଳ, ପ୍ରଦର୍ଶନୀ, ସଂସ୍କାର ଶାଳ ଓ ଭଜନ ଶାଳ, ପାର୍କିଂ, ମଞ୍ଚ, ଭି ଆଇ ପି ରୋଡ ନିମନ୍ତେ ୮ ରୁ ୧୦ ଏକର ଓ ପାର୍କିଂ, ଆବାସ, ଭୋଜନ ଶାଳ ନିମନ୍ତେ ୧୦ ଏକର ଆବଶ୍ୟକ କହି କଳସ ଯାତ୍ରାର ରୂପ ରେଖ ଓ ଅନ୍ୟାନ୍ୟ ବିଷୟ ସର୍ବ ସମ୍ମୁଖରେ ଉପସ୍ଥାପିତ କରିଥିଲେ ।

ଏହାକୁ ଭିତ୍ତି କରି ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ବିଶ୍ଵ କଲ୍ୟାଣ ନିମନ୍ତେ ହେଉଥିବା କାର୍ଯ୍ୟକୁ ଆମେ ଜାତି, ଲିଙ୍ଗ, ଭାଷା ସମ୍ରଦାୟ, ରାଜନୈତିକ ଦଳଗତ ବିଭେଦତା ଠାରୁ ଉର୍ଦ୍ଧରେ ରହି ସାମୁହିକ ଭାବେ ମିଳିମିଶି କରିବା ଧନର ଅଭାବ ହେବ ନାହିଁ ନିଶ୍ଚିତ ସଫଳ ହେବ । ସ୍ଥାନୀୟ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି କହିଛନ୍ତି ଯେ, ସଫଳତା ନିମନ୍ତେ ସମସ୍ତ ସଂସ୍ଥା ସଂଗଠନ ଗୁଡ଼ିକୁ ଗୋଟିଏ ଗୋଟିଏ ଦାଇତ୍ୱ ଦେବା ଯଦ୍ୱାରା ସରଳ ସୁନ୍ଦର ହୋଇପାରିବ ଆମ ତରଫରୁ ସରକାରୀ, ବେସରକାରି ବ୍ୟବସ୍ଥା ଗୁଡ଼ିକୁ ଯୋଗାଇ ଦେବୁ । ଅର୍ଥ ବ୍ୟବସ୍ଥା ବ୍ୟାଘାତ ହେବ ନାହିଁ । ବରିଷ୍ଠ ଓକିଲ ଦୀନବନ୍ଧୁ ଅଗ୍ରୱାଲ ଏହି ଦୈବୀ ଯୋଜନାରେ ଆମ ସମାଜ ତରଫରୁ ତନ ମନ ଧନ ସହ ପୂର୍ଣ୍ଣ ସହମତି ରହିବ କହିଥିଲେ। ଗୋପାଳ ଗୋ ସେବା ସମିତି ପ୍ରମୁଖ ପ୍ରକାଶ ଚନ୍ଦ୍ର ନାୟକ ଭଗବାନଙ୍କ କାର୍ଯ୍ୟ ନିଶ୍ଚୟ ସଫଳ ହେବ ବୋଲି କହିଥିଲେ।

ବିଶ୍ବହିନ୍ଦୁ ପରିଷଦ ପ୍ରମୁଖ ଶ୍ରୀ ବାବୁ ଭାଇ ବଜରଙ୍ଗି, ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପ୍ରମୁଖ ନିରଞ୍ଜନ ମିଶ୍ର, ବରୁଣ ଜୈନ, ସୁରେଶ ଜୈନ, ଯୁଧିଷ୍ଟିର ମଲ୍ଲିକ, ବିଭୁଦତ୍ତ ପାଢ଼ୀ ଓ ଅନ୍ୟମାନେ ସମସ୍ତେ ସହମତି ପ୍ରକାଶ କରିଥିଲେ। ଏହାର ପରିଚାଳନା ଗାୟତ୍ରୀ ପରିବାର ମୁଖ୍ୟ ଟ୍ରଷ୍ଟି କୋଷାଧ୍ୟକ୍ଷ ବ୍ଲକ ସମନ୍ଵୟ ଗଙ୍ଗାଧର ପାଣିଗ୍ରାହୀ ଓ ସମ୍ପାଦକ ୟବା ସଂଗଠକ ଗୋପାଳ ପାତ୍ର, ସାଗର ବିଶ୍ଵାଳ, ବ୍ଲକ ସପ୍ତସୂତ୍ରି କାର୍ଯ୍ୟକ୍ରମ ପ୍ରମୁଖ ଜ୍ୟୋତି ରଞ୍ଜନ ପାଣିଗ୍ରାହି, ଆଔ ଗଢେ ସଂସ୍କାର ବାନ ପିଢ଼ି ପ୍ରମୁଖ ରଶ୍ମିତା ସି ଓ, ମିଲି, ସରସ୍ଵତୀ ପରିଚ୍ଛା, ମମତା ମିଶ୍ର, ରତନ ଭାଇ, ତନୁ, ଅବତାର ପଣ୍ଡା, ଶୁଭଶ୍ରୀ ପାଣିଗ୍ରାହି ଓ ସମସ୍ତ ଗାୟତ୍ରୀ ପରିବାର ସମେତ ରଜତ ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande