ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ସହାୟତାରେ ଚିକିତ୍ସିତ ହୋଇ ଫେରିଲେ ସାଲେଭଟାର ନାବାଳକ
ବଲାଙ୍ଗିର, ୭ ଅପ୍ରେଲ (ହି.ସ.)- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ତ୍ଵରିତ୍ଵ ପଦକ୍ଷେପ ଏବଂ ନିର୍ଦ୍ଦେଶରେ ଭିକ୍ଷାବୃତ୍ତି କରି ପରିବାର ପୋଷଣ କରୁଥିବା ଜଣେ ନାବାଳକ ଚିକିତ୍ସିତ ହୋଇ ଫେରିଛନ୍ତି । ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ସାଲେଭଟା
ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ସହାୟତାରେ ଚିକିତ୍ସିତ ହୋଇ ଫେରିଲେ ସାଲେଭଟାର ନାବାଳକ


ବଲାଙ୍ଗିର, ୭ ଅପ୍ରେଲ (ହି.ସ.)- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ତ୍ଵରିତ୍ଵ ପଦକ୍ଷେପ ଏବଂ ନିର୍ଦ୍ଦେଶରେ ଭିକ୍ଷାବୃତ୍ତି କରି ପରିବାର ପୋଷଣ କରୁଥିବା ଜଣେ ନାବାଳକ ଚିକିତ୍ସିତ ହୋଇ ଫେରିଛନ୍ତି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ସାଲେଭଟା ଗାଈଖାଇ ଛକର ଗମନ ଦାସ ବରଗଡ଼ ଜିଲ୍ଲା ଧାଙ୍ଗେର ଗାଁର ମୂଳ ବାସିନ୍ଦା । ସେ ଭୂମିହୀନ । ସେ ରହୁଥିବା ଘର ଭାଙ୍ଗି ଯିବାରୁ ଛଅ ବର୍ଷ ପୂର୍ବେ ସପରିବାର ସାଲେଭଟାରେ ରହୁଛନ୍ତି । ସେ ଜନ୍ମରୁ ଦୃଷ୍ଟିବାଧିତ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ଶାରୀରିକ ଅକ୍ଷମ। ତାଙ୍କର ତେର ବର୍ଷର ନାବାଳକ ପୁଅ ଅନ୍ଧ ବାପାଙ୍କୁ ସାଙ୍ଗରେ ନେଇ ଭିକ୍ଷାବୃତ୍ତି କରି ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ । ସେ ବ୍ରେନ୍ ଟିଉମର୍ ରୋଗରେ ପୀଡ଼ିତ ହେବାର ଜାଣି ଦେଢ଼ ମାସ ତଳେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ନିଆଗଲା । ପରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପଦକ୍ଷେପ ଯୋଗୁଁ ସେ ଏମ୍ସରେ ରହି ଚିକିତ୍ସିତ ହେବା ପରେ ଘରକୁ ଫେରିଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରେଡକ୍ରସ ପାଣ୍ଠିରୁ ମଧ୍ୟ ତାଙ୍କୁ ୨୦ ହଜାର ଟଙ୍କା ସହାୟତା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande