ସାଇକେଲ ଆରୋହୀ ସମୀରା ଖାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର, ୭ ଏପ୍ରିଲ୍ (ହି.ସ.)- ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷରେ ୭୦୦୦ କି.ମି. ସାଇକେଲ ଆରୋହୀ ଏବଂ ପାର୍ବତାରୋହୀ ସମୀରା ଖାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ଵାରା ସମ୍ବର୍ଦ୍ଧନା ଦିଆଯାଇଛି । ସମୀରା ଆନ୍ଧ୍ରପ୍ରଦେଶରୁ ବାହାରି ଭାରତର ସମସ୍ତ ରାଜ୍ୟ ସାଇକେଲରେ ବୁଲିବା
ସାଇକେଲ ଆରୋହୀ ସମୀରା ଖାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା


ସୁବର୍ଣ୍ଣପୁର, ୭ ଏପ୍ରିଲ୍ (ହି.ସ.)- ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷରେ ୭୦୦୦ କି.ମି. ସାଇକେଲ ଆରୋହୀ ଏବଂ ପାର୍ବତାରୋହୀ ସମୀରା ଖାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ଵାରା ସମ୍ବର୍ଦ୍ଧନା ଦିଆଯାଇଛି । ସମୀରା ଆନ୍ଧ୍ରପ୍ରଦେଶରୁ ବାହାରି ଭାରତର ସମସ୍ତ ରାଜ୍ୟ ସାଇକେଲରେ ବୁଲିବାର ସାହସ ଦେଖାଇ ଏପର୍ଯ୍ୟନ୍ତ ୨୬ଟି ଜିଲ୍ଲା ସେ ସାଇକେଲରେ ବୁଲି ସାରିଛନ୍ତି । ଏହି ଅବସରରେ ସେ ଓଡିଶା ସରକାରଙ୍କ ଦ୍ୱାରା ମହିଳାମାନଙ୍କରେ ଦେଖାଯାଉଥିବା ଜରାୟୁ ଗ୍ରୀବା କର୍କଟକୁ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଉପସ୍ଥିତ ଛାତ୍ରୀମାନଙ୍କୁ ସଚେତନ କରିଥିଲେ । ସେ ଏଚପିଭି ଟୀକା ସମ୍ବନ୍ଧୀୟ ମିଥ୍ୟା ଭ୍ରମ ଦୂର କରିବାକୁ ଆହ୍ୱାନ କରିଥିଲେ ଏବଂ ପିତୃତନ୍ତ୍ରରେ ଝିଅ ଓ ମହିଳାମାନଙ୍କ ଉପରେ ଥିବା ପ୍ରତିବନ୍ଧକ ହଟାଇ ସମାନ ସୁଯୋଗ ଦେବା ସହ ଅତ୍ୟାଚାର ରୋକିବାକୁ ଜୋର ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡଃ. ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ନିଜାରତ ଅଧିକାରୀ ସତ୍ୟବ୍ରତ ସାହୁ, ଜିଲ୍ଲା କ୍ରୀଡା ଏବଂ ଯୁବ ସେବା ଚିତ୍ତ ରଞ୍ଜନ ମିଶ୍ର ଏବଂ ବିଭିନ୍ନ ମହାବିଦ୍ୟାଳୟର ଏନସିସି ଛାତ୍ରୀମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande