ଇରାନରେ ସକାଳ ହେବା ପୂର୍ବରୁ ତେହରାନ ଓ ଆଖପାଖ ଅଂଚଳରେ ହମ୍ଲା
ତେହରାନ/ତେଲ ଅଭିଭ/ୱାଶିଂଟନ, ୦୭ ଏପ୍ରିଲ (ହି.ସ.)। ଆମେରିକା-ଇସ୍ରାଇଲ ଦ୍ୱାରା ଇରାନ ବିରୋଧରେ ୨୮ ଫେବୃଆରୀରୁ ଆରମ୍ଭ ହୋଇଥିବା ସଂଯୁକ୍ତ ସାମରିକ ଅଭିଯାନ ଦିନକୁ ଦିନ ଅଧିକ ଭୟାବହ ହେଉଛି। ଇରାନ ଶତ୍ରୁ ଦେଶ ଏବଂ ସେମାନଙ୍କ ସହଯୋଗୀମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରି
ଇରାନରେ ସକାଳ ହେବା ପୂର୍ବରୁ ତେହରାନ ଓ ଆଖପାଖ ଅଂଚଳରେ ହମ୍ଲା


ତେହରାନ/ତେଲ ଅଭିଭ/ୱାଶିଂଟନ, ୦୭ ଏପ୍ରିଲ (ହି.ସ.)। ଆମେରିକା-ଇସ୍ରାଇଲ ଦ୍ୱାରା

ଇରାନ ବିରୋଧରେ ୨୮ ଫେବୃଆରୀରୁ ଆରମ୍ଭ ହୋଇଥିବା ସଂଯୁକ୍ତ ସାମରିକ ଅଭିଯାନ ଦିନକୁ ଦିନ ଅଧିକ

ଭୟାବହ ହେଉଛି। ଇରାନ ଶତ୍ରୁ ଦେଶ ଏବଂ ସେମାନଙ୍କ ସହଯୋଗୀମାନଙ୍କୁ ଆକ୍ରମଣ କରିବା ଆରମ୍ଭ

କରିଛି। ଏହି ଯୁଦ୍ଧ ଆଜି ସକାଳେ ୩୯ତମ ଦିନରେ ପ୍ରବେଶ କରିଛି। ଇଜରାଇଲ ମଙ୍ଗଳବାର ସକାଳ

ପୂର୍ବରୁ ଇରାନର ଅନେକ ସହର ଉପରେ ଭୟଙ୍କର ଆକ୍ରମଣ କରିଛି। ଏହି ସମୟରେ, ଆମେରିକୀୟ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହୋର୍ମୁଜ୍ ପ୍ରଣାଳୀକୁ ଖୋଲିବା ପାଇଁ ଦିଆଯାଇଥିବା ସମୟସୀମା

ନିକଟ ଆସୁଥିବା ସହିତ ମଧ୍ୟ ପୂର୍ବରେ ଭୟର ପରିବେଶ ବଢ଼ି ଚାଲିଛି। ଇରାନ ପୂର୍ବରୁ କହିଛି ଯେ, ସେ ଟ୍ରମ୍ପଙ୍କ

ଚେତାବନୀକୁ ଗୁରୁତ୍ୱ ଦେଉନାହିଁ। ଯଦି ତାଙ୍କର ପୋଲ ଏବଂ ବିଦ୍ୟୁତ କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ

କରାଯିବ, ତେବେ ସେମାନେ ମଧ୍ୟ

ସେହିପରି ପ୍ରତିଉତ୍ତର ଦେବେ।

ଦ ଟାଇମ୍ସ ଅଫ ଇସ୍ରାଇଲ, ସିବିଏସ୍ ନ୍ୟୁଜ୍ ଏବଂ ଅଲ ଜଜିରାଙ୍କ ରିପୋର୍ଟ ଅନୁଯାୟୀ, ଇସ୍ରାଇଲ ଡିଫେନ୍ସ

ଫୋର୍ସ (ଆଇଡିଏଫ୍) ମଙ୍ଗଳବାର ସ୍ଥାନୀୟ ସମୟ ଅନୁଯାୟୀ ସକାଳେ କହିଛି ଯେ, ସେମାନେ ରାଜଧାନୀ

ତେହରାନ ଏବଂ ଇରାନର ଅନ୍ୟାନ୍ୟ ଅଞ୍ଚଳରେ ବିଶାଳ ପରିମାଣରେ ଆକ୍ରମଣ କରିଛନ୍ତି। ଏହା ପୂର୍ବରୁ

ଇସ୍ରାଇଲ ସେନା ନିଜର ଲକ୍ଷ୍ୟସୂଚୀ ପ୍ରକାଶ କରିଥିଲା, ଯେଉଁଥିରେ ଇସ୍ଲାମିକ ରେଭଲୁସନାରୀ ଗାର୍ଡ କର୍ପସର ଅନେକ ଘାଟି, ମିସାଇଲ ସାଇଟ୍

ଏବଂ ପେଟ୍ରୋକେମିକାଲ କାରଖାନା ସମ୍ମିଳିତ ଥିଲା। ଆଇଡିଏଫ୍ ଦାବି କରିଛି ଯେ, ଏହି

ଲକ୍ଷ୍ୟଗୁଡ଼ିକୁ ମିସାଇଲ, ରକେଟ୍ ଏବଂ ଡ୍ରୋନ୍

ଦ୍ୱାରା ଆକ୍ରମଣ କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ତେହରାନ ସହିତ

ରାଜଧାନୀର ପଶ୍ଚିମ ଉପନଗର କରଜରେ ଭୟଙ୍କର ବିସ୍ଫୋରଣ ଶୁଣାଯାଇଛି। ଏକ ଭୟଙ୍କର ବିସ୍ଫୋରଣ

ମେହରାବାଦ ଆନ୍ତର୍ଜାତୀୟ ବିମାନବନ୍ଦର ଚାରିପାଖରେ ହୋଇଛି। ଏହି ବିମାନବନ୍ଦର ପାଖରେ ବୋଧେ କୌଣସି

ଦିନ ଏମିତି ନାହିଁ ଯେ ଆକ୍ରମଣ ହୋଇନଥାଏ। ଅନ୍ୟପଟେ, ସୋମବାର ସାରା ଦିନ ଇରାନ ସହିତ ଆମେରିକା-ଇସ୍ରାଇଲର ଆକ୍ରମଣରେ ଅତି

କମରେ ୩୪ ଜଣ ମୃତ୍ୟୁ ବରଣ କରିଥିଲେ, ଯେତେବେଳେ ଇରାନୀ ମିସାଇଲ ଏବଂ ଡ୍ରୋନ୍ ଉପସାଗରୀୟ ଦେଶର

ଗୁରୁତ୍ୱପୂର୍ଣ୍ଣ ଠିକଣାଗୁଡ଼ିକୁ ଲକ୍ଷ୍ୟ କରିବା ଜାରି ରଖିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande