ଅପ୍ରେଲ ୮ରୁ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା
କନ୍ଧମାଳ, ୭ ଅପ୍ରେଲ (ହି.ସ.)- ଅପ୍ରେଲ ୮ ରୁ ୧୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୨ ଦିନ ବ୍ୟାପୀ ସ୍ଥାନୀୟ କରୋନେସନ୍ ପଡିଆ ଠାରେ ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ଅନୁଷ୍ଠିତ ହେବ l କନ୍ଧମାଳ ଜିଲ୍ଲାର କଳା ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ସହ ବାଣିଜ୍ୟକୁ ପାଥେୟ କରି ଭାଇଚାରା ଓ ସ
ଅପ୍ରେଲ ୮ରୁ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା


କନ୍ଧମାଳ, ୭ ଅପ୍ରେଲ (ହି.ସ.)- ଅପ୍ରେଲ ୮ ରୁ ୧୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୨ ଦିନ ବ୍ୟାପୀ ସ୍ଥାନୀୟ କରୋନେସନ୍ ପଡିଆ ଠାରେ ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ଅନୁଷ୍ଠିତ ହେବ l କନ୍ଧମାଳ ଜିଲ୍ଲାର କଳା ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ସହ ବାଣିଜ୍ୟକୁ ପାଥେୟ କରି ଭାଇଚାରା ଓ ସମନ୍ଵୟ ର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ଏହି ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଫୁଲବାଣୀ ସହରର କୋରୋନେସନ ପଡ଼ିଆ ଠାରେ ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ଅନୁଷ୍ଠିତ ହେବ l ଏହି ଅବସରରେ ପ୍ରତ୍ୟହ ଅପରାହ୍ନ ୪ଟା ରୁ ରାତ୍ର ୧୦ଟା ଯାଏ ଜିଲ୍ଲା ଓ ଜିଲ୍ଲା ବାହାରର ବାଣିଜ୍ୟିକ ବିପ୍ପଣି ଷ୍ଟଲ, ଅଟୋ ମୋବାଇଲ୍, ଘରକରଣା ସାମଗ୍ରୀ ସହ ମିନାବଜାର, ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଇବା ମିଳିବ l ସେହିପରି ଦେଶ ବାହାରର ଜଲପରୀ ସୋ ର ବ୍ୟବସ୍ଥା ରହିଛି l ପ୍ରତ୍ଯେକ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିବାସୀ ଲୋକନୃତ୍ୟ ଆଦି ପରିବେଷଣ କରାଯିବ l

ଏହି କାର୍ଯ୍ୟକ୍ରମରେ ପରିବାର ସହ ଏହାର ଆନନ୍ଦ ନେବା ପାଇଁ କମିଟି ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର, ଉପସଭାପତି ସୁଜିତ କୁମାର ବେହେରା, ପ୍ରସନ୍ନ କୁମାର ସ୍ବାଇଁ, ମହମ୍ମଦ ଚିସ୍ତି, ସାଂସ୍କୃତିକ ସମ୍ପାଦକ ଅଶୋକ ମହାନ୍ତି, ସହ ସଂପାଦିକା ମୁଷ୍କlନ୍ ସୁଆର ଓ ସଦସ୍ୟ ମାନେ ଅନୁରୋଧ କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande