
ବଲାଙ୍ଗିର, ୦୭ ଏପ୍ରିଲ୍ (ହି.ସ.) - ଲୋଇସିଂହା କୋର୍ଟ ପରିସରରେ ନିର୍ମିତ ହେବାକୁ ଥିବା ବାର୍ ହଲ, ବିଶ୍ରମାଗାର ଏବଂ କୋର୍ଟ କର୍ମଚାରୀଙ୍କ ପାଇଁ ସରକାରୀ ବାସଭବନର ଭିତି ପ୍ରସ୍ତର ସ୍ଥାପନ ଆଭାସୀ ମାଧ୍ୟମରେ ଉଦଘାଟିତ ହୋଇଯାଇଛି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ହରିଶ ଟଣ୍ଡନ ଓ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କ ଦ୍ୱାରା ଏହି ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକର ଭିତିପ୍ରସ୍ତର ସ୍ଥାପନ କରାଯିବା ଅବସରରେ ଉପସ୍ଥିତ ସମସ୍ତ ଆଇନଜୀବୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ସୁହାନି ପଟ୍ଟନାୟକ, ଓକିଲ ସଂଘ ସଭାପତି ସଞ୍ଜୟ ଷଡ଼ଙ୍ଗୀ, ସମ୍ପାଦକ ଜ୍ୟୋତିରଂଜନ ପଟେଲ, ଆଇନଜୀବୀ ଶୁଭେନ୍ଦୁ ସାହୁ, ସୁମନ୍ତ ସାହୁ, ଗୌରୀଶଙ୍କର ସାହୁଙ୍କ ସମେତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ । ବିବୁଲ ମହାକୁର, ପ୍ରଶାନ୍ତ ନାଗ, ଆକାଶ ତ୍ରିପାଠୀ, ସୁଦର୍ଶନ ପାଠୀ, ସୁଧାଂଶୁ ପଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ