ମହୁଲ ଫୁଲର ଅଭାବୀ ବିକ୍ରି
ଜୟପୁର, ୭ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲାରେ ମହୁଲ ଫୁଲର ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ସର୍ବନିମ୍ନ ସହାୟକ ଦର ଧାର୍ଯ୍ୟ କରାଯାଇଥିବା ୭୨ଟି ଲଘୁ ବନଜାତ ଦ୍ରବ୍ୟ ମଧ୍ୟରେ ମହୁଲ ରହିଛି । ପଞ୍ଚାୟତ ପକ୍ଷରୁ ମହୁଲ ଫୁଲର ସର୍ବନିମ୍ନ ସହା
ମହୁଲ ଫୁଲର ଅଭାବୀ ବିକ୍ରି


ଜୟପୁର, ୭ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲାରେ ମହୁଲ ଫୁଲର ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ସର୍ବନିମ୍ନ ସହାୟକ ଦର ଧାର୍ଯ୍ୟ କରାଯାଇଥିବା ୭୨ଟି ଲଘୁ ବନଜାତ ଦ୍ରବ୍ୟ ମଧ୍ୟରେ ମହୁଲ ରହିଛି । ପଞ୍ଚାୟତ ପକ୍ଷରୁ ମହୁଲ ଫୁଲର ସର୍ବନିମ୍ନ ସହାୟକ ଦର କେଜି ପ୍ରତି ୨୫ ଟଙ୍କା ଧାର୍ଯ୍ୟ କରାଯାଇଛି । ମାତ୍ର କୋରାପୁଟ ଜିଲ୍ଲାରେ ଏହାର ବଜାର ଅଭାବରୁ ମାତ୍ର ୧୦ ରୁ ୧୫ ଟଙ୍କାରେ କେଜି ପିଛା ବିକ୍ରି ହେଉଛି । ପର୍ଯ୍ୟାପ୍ତ ଗୋଦାମ ଓ ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ଲୋକେ ମହୁଲକୁ ମହଜୁଦ ରଖିପାରୁ ନାହାନ୍ତି ।ସରକାରଙ୍କ ନିୟମ ଅନୁଯାୟୀ ମହିଳା ଏସ୍ଏଚଜିଙ୍କୁ ଏହାର କ୍ରୟ ଦାୟିତ୍ୱ

ଦିଆଯିବାକୁ ଥିଲେ ମଧ୍ୟ ଦଲାଲ ଓ ଅବକାରୀ ବିଭାଗର ମସୁଧା ଯୋଗୁଁ ଏହା

କାର୍ଯ୍ୟକାରୀ ହେଉନି । ଦଲାଲଙ୍କ ଗୋଦାମରେ ଅବକାରୀ ବିଭାଗ ପକ୍ଷରୁ

ଚଢ଼ଉ କରାଯାଉ ନାହିଁ । ଓଲଟା ସେମାନଙ୍କ ଠାରୁ ହାତଗୁଞ୍ଜା ନେଇ ଦେଶୀ ମଦଭାଟିକୁ ସୁହାଇଲା ଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଅଭିଯୋଗ ହୋଇଛି ।

ଗରିବ ଲୋକଙ୍କ ପାଇଁ ମହୁଲ ସଂଗ୍ରହ ଜୀବନ ଜୀବିକା ପାଲଟିଥିବା ବେଳେ

ଦଲାଲଙ୍କ ଯୋଗୁଁ ଉପଯୁକ୍ତ ମୂଲ୍ୟ ପାଉ ନାହାନ୍ତି । କୋରାପୁଟ ଜିଲ୍ଲାରେ ଦିନକୁ ଦିନ ମଦଭାଟି ସଂଖ୍ୟା ବୃଦ୍ଧି ପାଇବା ସହିତ ମଦରୁ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ ହେଉଛି । ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଥିବା ଗାଁ ମାନଙ୍କରୁ ଆଦିବାସୀମାନେ ମହୁଲ ସଂଗ୍ରହ କରିଥାନ୍ତି । ଗ୍ରାମାଞ୍ଚଳରେ ମଦଭାଟି ମାଲିକମାନେ କିଛି ଲୋକଙ୍କୁ ରଖି ଆଗୁଆ କମ୍ ଦରରେ ମହୁଲ କିଣି ଗଚ୍ଛିତ ରଖୁଛନ୍ତି । ମହୁଲ କ୍ରୟ ଓ ବିକ୍ରୟ ଉପରେ ଜିଲ୍ଲାର ସମସ୍ତ ପଞ୍ଚାୟତର ଜନପ୍ରତିନିଧି ଓ କିଛି ସରକାରୀ କର୍ମଚାରୀଙ୍କୁ ନେଇ କମିଟି ହେବାକୁ ଥିବାବେଳେ ଏଥିରେ ମଧ୍ୟ ବ୍ୟତିକ୍ରମ ଦେଖାଦେଇଛି । ସେହି କମିଟିରେ ମୂଲ୍ୟ ଧାର୍ଯ୍ୟ ନିଷ୍ପତ୍ତି ହେବା ପରେ ନିର୍ଦ୍ଦେଶନାମା ଜାରି କରିବା ନିୟମ ରହିଛି ଏବଂ ଏଥିପାଇଁ କ୍ରେତାମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବା ଉଚିତ । ମାତ୍ର ସେପରି ହେଉନାହିଁ । ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଲେ ଆଦିବାସୀମାନେ ଉପକୃତ ହୋଇପାରିବେ । ତେଣୁ ରାଜ୍ୟ ସରକାର ଓ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande