ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ଇଂ ରୋହିତ ପୂଜାରୀ

ସମ୍ବଲପୁର, ୦୭, ଏପ୍ରିଲ୍ (ହି.ସ.) ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ନବନିର୍ବାଚିତ ପଦାଧିକାରୀଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି। ଇଂ ପୂଜାରୀ ନବନିର୍ବାଚିତ ପଦାଧିକାରୀଙ୍କ ସହ ସମ୍ବଲପୁର ଜିଲ୍ଲାର ସାମଗ୍ରିକ ବିକାଶ ଏବଂ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ସମ୍ବଲପୁର ସହର ତଥା ଜିଲ୍ଲାର ସାମଗ୍ରିକ ବିକାଶ କ୍ଷେତ୍ରରେ ସବୁବେଳେ ଓକିଲ ସଂଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । ଏହି ଅବସରରେ ସଂଘର ନବନିର୍ବାଚିତ ସଭାପତି ଚନ୍ଦ୍ରକାନ୍ତ ପୁରୋହିତ, ଉପ ସଭାପତି ରବି ରଞ୍ଜନ ପୂଜାରୀ, ସମ୍ପାଦକ ପ୍ରବୀଣ କୁମାର ସିଂ ଦେଓ ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ସଦସ୍ୟା ଙ୍କୁ ଭେଟିଥିଲେ। ଏହା ସହ ଓକିଲ ସଂଘ ହନୁମାନ ବାଟିକା ଠାରେ ଆଗାମୀ ୧୦ ଏପ୍ରିଲ ଠାରୁ ପ୍ରତିଷ୍ଠା ହେବାକୁ ଥିବା ନବନିର୍ମିତ ଶ୍ରୀ ହନୁମାନ ଜୀ ଙ୍କ ମନ୍ଦିର ଦର୍ଶନ କରିବା ପରେ ଆୟୋଜକ ମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ବସନ୍ତ ମିଶ୍ର, ଆନନ୍ଦ ବଡଗୟାନ, ବେଣୁଧର ଦାଶ , ସୁରୁବାବୁ ମେହେର, ସଞ୍ଜୀବ ଷଡ଼ଙ୍ଗୀ, ଧର୍ମରାଜ୍ ମରେଇ, ଦେବାଶିଷ ପରିଡ଼ା, ରୁଦ୍ର ଷଡ଼ଙ୍ଗୀ, ଅନମୋଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande