ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସ : ବର୍ଣ୍ଣବୋଧ ଉତ୍ସବରେ ବର୍ଣ୍ଣବୋଧ ବଣ୍ଟନ
ସମ୍ବଲପୁର, ୭ ଏପ୍ରିଲ୍ (ହି.ସ.)- ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସରେ ଓଡ଼ିଆ ଭାଷା ଓ ସଂସ୍କୃତିର ସଚେତନତା ଏବଂ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ‘ବର୍ଣ୍ଣବୋଧ ବଣ୍ଟନ- ବର୍ଣ୍ଣବୋଧ ଉତ୍ସବ’ ଉତ୍ସାହର ସହିତ ପାଳିତ ହୋଇଯାଇଛି। ସୂଚନା ଥାଉ କି, ଓଡିଶା ସରକା
ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସ : ବର୍ଣ୍ଣବୋଧ ଉତ୍ସବରେ ବର୍ଣ୍ଣବୋଧ ବଣ୍ଟନ

ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସ : ବର୍ଣ୍ଣବୋଧ ଉତ୍ସବରେ ବର୍ଣ୍ଣବୋଧ ବଣ୍ଟନ

ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସ : ବର୍ଣ୍ଣବୋଧ ଉତ୍ସବରେ ବର୍ଣ୍ଣବୋଧ ବଣ୍ଟନ

ସମ୍ବଲପୁର, ୭ ଏପ୍ରିଲ୍ (ହି.ସ.)- ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସରେ ଓଡ଼ିଆ ଭାଷା ଓ ସଂସ୍କୃତିର ସଚେତନତା ଏବଂ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ‘ବର୍ଣ୍ଣବୋଧ ବଣ୍ଟନ- ବର୍ଣ୍ଣବୋଧ ଉତ୍ସବ’ ଉତ୍ସାହର ସହିତ ପାଳିତ ହୋଇଯାଇଛି।

ସୂଚନା ଥାଉ କି, ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ବର୍ଣ୍ଣବୋଧ ପୁସ୍ତକଗୁଡିକ ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣବୋଧ ବଣ୍ଟନ କରାଯାଇଥିଲା । ଓଡ଼ିଆ ଭାଷାର ଐତିହ୍ୟକୁ ସଂରକ୍ଷଣ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଭାଷାଗତ ଶିକ୍ଷଣ ଓ ବିକାଶର ପରିବେଶ ସୃଷ୍ଟି କରିବା ଦିଗରେ ଏହି ଦିବସଟିକୁ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ବର୍ଣ୍ଣବୋଧ’ ନିମନ୍ତେ ଉତ୍ସର୍ଗୀକୃତ କରାଯାଇଛି I

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande