ପ୍ରକାଶ ପର୍ବରେ ଶ୍ରୀ ଗୁରୁ ତେଗ ବାହାଦୂରଙ୍କ ସ୍ମରଣ କଲେ ପିଏମ ମୋଦି
ନୂଆଦିଲ୍ଲୀ, ୦୭ ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଶ୍ରୀ ଗୁରୁ ତେଗ ବହାଦୁରଙ୍କ ପ୍ରକାଶ ପର୍ବ ଅବସରରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଏହି ମହାନ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱଙ୍କୁ ଆମ ସଭ୍ୟତାର ପ୍ରେରଣାସ୍ରୋତ ବୋଲି
ପ୍ରକାଶ ପର୍ବରେ ଶ୍ରୀ ଗୁରୁ ତେଗ ବାହାଦୂରଙ୍କ ସ୍ମରଣ କଲେ ପିଏମ     ମୋଦି


ନୂଆଦିଲ୍ଲୀ, ୦୭ ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର

ଶ୍ରୀ ଗୁରୁ ତେଗ ବହାଦୁରଙ୍କ ପ୍ରକାଶ ପର୍ବ ଅବସରରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ

କରିଛନ୍ତି। ସେ ଏହି ମହାନ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱଙ୍କୁ ଆମ ସଭ୍ୟତାର ପ୍ରେରଣାସ୍ରୋତ ବୋଲି

କହି ତାଙ୍କର ଆଦର୍ଶମାନଙ୍କୁ ସ୍ମରଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ମାଧ୍ୟମରେ ତାଙ୍କ ବାର୍ତ୍ତାରେ

କହିଛନ୍ତି ଯେ, ଗୁରୁ ତେଗ

ବହାଦୁରଙ୍କ ଜୀବନ ସାହସ, ତ୍ୟାଗ ଏବଂ ମାନବତା

ପ୍ରତି ଗଭୀର ସମ୍ବେଦନଶୀଳତାର ଅଦ୍ୱିତୀୟ ଉଦାହରଣ ଅଟେ। ସେ ବିପରୀତ ପରିସ୍ଥିତିରେ ମଧ୍ୟ ସତ୍ୟ, ମର୍ଯ୍ୟାଦା ଏବଂ

ଆସ୍ଥାର ସୁରକ୍ଷା ପାଇଁ ଅଡିଗ ରହି ସମାଜକୁ ପଥ ପ୍ରଦର୍ଶନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୁରୁ ତେଗ ବହାଦୁରଙ୍କ ଶାଶ୍ୱତ ବାର୍ତ୍ତା ଆଜି ମଧ୍ୟ

ସମାନ ଭାବରେ ପ୍ରାସଙ୍ଗିକ ଅଟେ ଏବଂ ଏହା ଆମକୁ ଏକ ନ୍ୟାୟସଙ୍ଗତ, କରୁଣାମୟ ଏବଂ ସମାନ

ସମାଜ ଗଠନ ପାଇଁ ପ୍ରେରିତ କରେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande