ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୋଲିସ କଲର୍ସ ଆୱାର୍ଡ଼ ପ୍ରଦର୍ଶନ କଲେ ଡିଜିପି
ଭୁବନେଶ୍ୱର, ୦୭ ଏପ୍ରିଲ (ହି.ସ.)- ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ମଙ୍ଗଳବାର ଦିନ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିକଟରେ ରାଷ୍ଟ୍ରପତିଙ୍କ ''ପୋଲିସ କଲର୍ସ ଆୱାର୍ଡ଼'' ପ୍ରଦର୍ଶନ କରିଛନ୍ତି । ଆଇନ ଶୃଙ୍ଖଳା ଏବଂ ଲୋକଙ୍କ ସୁରକ୍ଷା ଦିଗରେ ପ୍ରତିବଦ୍ଧତାର
sghr


ଭୁବନେଶ୍ୱର, ୦୭ ଏପ୍ରିଲ (ହି.ସ.)- ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ମଙ୍ଗଳବାର ଦିନ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିକଟରେ ରାଷ୍ଟ୍ରପତିଙ୍କ 'ପୋଲିସ କଲର୍ସ ଆୱାର୍ଡ଼' ପ୍ରଦର୍ଶନ କରିଛନ୍ତି । ଆଇନ ଶୃଙ୍ଖଳା ଏବଂ ଲୋକଙ୍କ ସୁରକ୍ଷା ଦିଗରେ ପ୍ରତିବଦ୍ଧତାର ସହ କାର୍ଯ୍ୟରତ ଓଡ଼ିଶା ପୋଲିସ ହାସଲ କରିଥିବା ଏହି ମର୍ଯ୍ୟାଦାଜନକ ସମ୍ମାନ ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ବୋଲି କହିବା ସହ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ପୋଲିସ ହାସଲ କରିଥିବା ମର୍ଯ୍ୟାଦାଜନକ 'ରାଷ୍ଟ୍ରପତିଙ୍କ ପୋଲିସ କଲର୍ସ ଆୱାର୍ଡ଼' ଆମ ରାଜ୍ୟ ପାଇଁ ଏକ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ।

ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ଭାବେ, ଆମ ପୋଲିସ ବାହିନୀର ଏହି ଅସାଧାରଣ ସଫଳତା ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ସମ୍ମାନ ଓଡ଼ିଶା ପୋଲିସର ସାହସିକତା, ଉତ୍ସର୍ଗୀକୃତ ଜନସେବା ଏବଂ ଅପରିସୀମ ନିଷ୍ଠାର ଏକ ଶ୍ରେଷ୍ଠ ପ୍ରତିଫଳନ। ଦେଶର ଅଗ୍ରଣୀ ପୋଲିସ ବାହିନୀ ଗୁଡିକ ମଧ୍ୟରେ ଓଡ଼ିଶା ପୋଲିସ ଏହି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ।

ଏହି ଅବସରରେ, ଓଡ଼ିଶା ପୋଲିସର ସେବା ଓ ବୀରତ୍ୱକୁ ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଥିବାରୁ ମୁଁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି।

ଆମ ରାଜ୍ୟରେ ଶାନ୍ତି-ଶୃଙ୍ଖଳା ରକ୍ଷା କରିବା ସହ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ନିରନ୍ତର କାର୍ଯ୍ୟ କରୁଥିବା ପ୍ରତିଟି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଁ ଅଭିନନ୍ଦନ ଓ ସାଧୁବାଦ ଜଣାଉଛି। ଏହି ଗୌରବମୟ ସଫଳତା ଆମ ପୋଲିସ ବାହିନୀର ମନୋବଳକୁ ଆହୁରି ଦୃଢ଼ କରିବା ସହ ଏକ ସୁରକ୍ଷିତ ଓ 'ସମୃଦ୍ଧ ଓଡ଼ିଶା' ଗଠନ ଦିଗରେ ଆମ ସଂକଳ୍ପକୁ ଆହୁରି ଶକ୍ତିଶାଳୀ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande