ପଛୁଆବର୍ଗଙ୍କୁ ସଂରକ୍ଷଣ ଓ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ପଛୁଆବର୍ଗଙ୍କୁ ସଂରକ୍ଷଣ ଓ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ପଛୁଆବର୍ଗଙ୍କୁ ସଂରକ୍ଷଣ ଓ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର


ସମ୍ବଲପୁର , ୦୭, ଏପ୍ରିଲ୍ (ହି.ସ.) ରାଜ୍ୟରେ ଆଦିବାସୀ, ହରିଜନ ପଛୁଆବର୍ଗ ଓ ଦଳିତଙ୍କ ସାମାଜିକ ସ୍ଥିତି ଅତି ଦୟନୀୟ ଅବସ୍ଥାରେ ପହଞ୍ଚିଛି। ଦୀର୍ଘ ୨୪ ବର୍ଷ ଧରି ସ୍ବଚ୍ଛ ଓ ନିର୍ମଳର ପ୍ରହସନ ଦେଖାଇ ଆସିଥିବା ବିଜେଡ଼ି ସରକାରକୁ ବହିଷ୍କାର କରି ରାଜ୍ୟବାସୀ ବିଜେପି ସରକାରକୁ ରାଜ୍ୟର ଶାସନ କଳ ପ୍ରଦାନ କଲେ । ଇତି ମଧ୍ୟରେ କେନ୍ଦ୍ରରେ ୧୧ ବର୍ଷ ଓ ରାଜ୍ୟରେ ଦେଢ଼ବର୍ଷ ବିତି ଯାଇଥିଲେ ମଧ୍ୟ ପଛୁଆବର୍ଗଙ୍କ ପାଇଁ ବିଜେପି ସରକାର ଅଦ୍ୟାବଧି କୌଣସି ସୁପଦକ୍ଷେପ ନେଇନାହାନ୍ତି । ନିର୍ବାଚନ ବେଳେ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ୩ଶହ ୟୁନିଟ୍ ବିଦ୍ୟୁତ୍ ବିଲ୍ ଛାଡ଼ କରିବାକୁ ଦେଇଥିବା ପ୍ରତିଶ୍ରୁତି ଅଦ୍ୟାବଧି ପାଳନ ହେଲାନାହିଁ । ବରଂ ଟାଟା କମ୍ପାନୀ ବକେୟା ବିଦ୍ୟୁତ୍ ବିଲ୍ ଦାବିରେ ଲୋକଙ୍କୁ ଶୋଷଣ କରିଚାଲିଛି । ତେଣୁ ତୁରନ୍ତ ଜାତି ଭିତ୍ତିକ ଜନଗଣନା, ୟୁଜିସି କମିଟିରେ ଜନସଂଖ୍ୟା ଅନୁପାତରେ ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କୁ ସ୍ଥାନ, ଦଳିତ ହରିଜନ ଓ ଆଦିବାସୀଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ, ଚାକିରି, ପାଠପଢ଼ାରେ ୨୭ ପ୍ରତିଶତ ସଂରକ୍ଷଣ ଏବଂ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସଂଖ୍ୟାନୁପାତରେ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସମ୍ବଲପୁର ଆରଡିସିଙ୍କୁ ପ୍ରଦାନ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande