

ସୁବର୍ଣ୍ଣପୁର, 07 ଏପ୍ରିଲ୍ (ହି.ସ.)
ସୁବର୍ଣ୍ଣପୁର ଜିଲ୍ଲା ଶିବସେନା ଦଳ ପକ୍ଷରୁ ଗୋମାତାଙ୍କୁ ରାଜ୍ୟ ମାତା ଭାବରେ ଘୋଷଣା କରି ତାଙ୍କ ସୁରକ୍ଷା କୁ ସୁନିଶ୍ଚିତ କରିବାପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ଙ୍କ ମାର୍ଫତରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗୋ ହତ୍ୟା କରୁଥିବା ବ୍ୟକ୍ତି ଙ୍କୁ ମୃତ୍ୟୁ ଦଣ୍ଡ ଦେବା ସହ ଗୋଚାଲାଣ କାରୀ ଙ୍କୁ ଦଶବର୍ଷ କାରାଦଣ୍ଡ ଓ ଦଶଲକ୍ଷ ଟଙ୍କା ର ଜୋରିମାନା ଆଦାୟ କରିବା ସହ ଅସହାୟ ବୁଲା ଗୋରୁଗାଈ ଙ୍କ ଥଇଥାନ କରିବା ପାଇଁ ଉନ୍ନତ ଧରଣର ଗୋସାଲା ନିର୍ମାଣ କରିବା ତଥା ଗୋରକ୍ଷକ ଙ୍କ ସୁରକ୍ଷା ସହ ଗୋ ସୁରକ୍ଷା ସହିଦ ପରିବାରଙ୍କୁ ୩୦ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ ତଥା ଓଡିଶା ର ସମସ୍ତ ଗୋଚର ଜମି ଜବର ଦଖଲ ମୁକ୍ତ କରିବା ପାଇଁ ଓ ସମସ୍ତ ମୃତ ଗୋମାତା ଙ୍କ ଚମଡା ଓ ମାଂସ କୁ ବିକ୍ରି କରାନଯାଇ ସସମ୍ମାନେ ଗୋମାତା ଙ୍କ ଶବସତ୍କାର କରିବା ପ୍ରଭୃତି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଆଜି ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଶିବସେନା ସଭାପତି ଶିବ ପ୍ରସାଦ ଦାଶ, ସଂପାଦକ ଶମ୍ଭୁ ପ୍ରସାଦ ହୋତା,ଏସ୍ ସି ସେଲ୍ ସଭାପତି ରାଜୁ ଜଗଦଲା, ଓବିସି ମୋର୍ଚ୍ଚା ସଭାପତି ସରୋଜ କୁମାର ବାରିକ ଗୋ ସୁରକ୍ଷା ଆଶିଷ କୁମାର ଷଡ଼ଙ୍ଗୀ, ଗୋବିନ୍ଦ ଚନ୍ଦ୍ର ନାୟକ,ଚନ୍ଦନ ଦେହେରୀ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ