
ମଥୁରା, 07 ଏପ୍ରିଲ (ହି.ସ.)। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର
ସରସଂଘଚାଳକ ଡା. ମୋହନ ଭାଗବତ ମଙ୍ଗଳବାର ଦିନ ବୃନ୍ଦାବନର ମଲୂକପୀଠ ଆଶ୍ରମରେ ଆୟୋଜିତ ସନ୍ତ
ମଲୂକଦାସଜୀ ମହାରାଜଙ୍କ 452ତମ ଜୟନ୍ତୀ ମହୋତ୍ସବରେ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ।
ସେ ସନ୍ଥ ଶିରୋମଣି ମଲୂକଦାସ ମହାରାଜଙ୍କ ସମାଧିରେ ପୂଜା-ଅର୍ଚ୍ଚନା କରିଥିଲେ ଏବଂ ସେଠାର ଦିବ୍ୟ
ଧୂଳିକୁ ନିଜ ମାଥାରେ ଲଗାଇଥିଲେ। ସେ ଏକତାର ବାର୍ତ୍ତା ମଧ୍ୟ ଦେଇଥିଲେ।
ଆରଏସଏସର ସରସଂଘଚାଳକ ଡା. ମୋହନ ଭାଗବତଙ୍କ ମଲୂକପୀଠ ଆଶ୍ରମ
ପହଞ୍ଚିବା ସମୟରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଅନୁଷ୍ଠାନରେ ପୂଜା-ଅର୍ଚ୍ଚନା ପରେ ସେ
ମଞ୍ଚରୁ ସନ୍ତମାନଙ୍କ ସହ ଏକତାର ବାର୍ତ୍ତା ଦେଇଥିଲେ। ଏହି ଆୟୋଜନର ବିଶେଷତା ବିଷୟରେ କହି ସେ
ଏହାର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ।
ଏହି ଅବସରରେ ପ୍ରସିଦ୍ଧ ଯୋଗ ଗୁରୁ ସ୍ୱାମୀ ବାବା ରାମଦେବ ମଧ୍ୟ
ଉପସ୍ଥିତ ଥିଲେ ଏବଂ ସେ ସମସ୍ତ ସନ୍ତମାନଙ୍କୁ ନମନ କରିଥିଲେ।
ଏହି ଧାର୍ମିକ କାର୍ଯ୍ୟକ୍ରମରେ ଗୀତାମନୀଷୀ ଜ୍ଞାନାନନ୍ଦ ମହାରାଜ
ସନ୍ତ ଶିରୋମଣି ମଲୂକଦାସ ମହାରାଜଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ ବିଷୟରେ ବିସ୍ତୃତ ତଥ୍ୟ
ଦେଇଥିଲେ। ସେ କହିଥିଲେ ଯେ, ସନ୍ତ ମଲୂକଦାସ
ମହାରାଜ ଜଣେ ଦିବ୍ୟ ସନ୍ତ ଥିଲେ।
ଗୀତାମନୀଷୀ ଜ୍ଞାନାନନ୍ଦ ମହାରାଜ ଆରଏସଏସ ପ୍ରମୁଖଙ୍କ ମଲୂକପୀଠ
ଆଶ୍ରମରେ ପ୍ରଥମ ଆଗମନରେ ସ୍ୱାଗତ କରିଥିଲେ। ଏହି ସମୟରେ ମଲୂକପୀଠାଧୀଶ୍ୱର ଆଚାର୍ଯ୍ୟ
ରାଜେନ୍ଦ୍ରଦାସ ମହାରାଜ ଆରଏସଏସ ପ୍ରମୁଖ ଡା. ଭାଗବତଙ୍କୁ ଠାକୁରଜୀଙ୍କ ଛବି ଉପହାର ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା