୩ ଦିନରେ ୨୪ ଫେରାର ଅଭିଯୁକ୍ତ ଗିରଫ
ଜୟପୁର, ୭ ଏପ୍ରିଲ୍ (ହି.ସ.)-ଜୟପୁର ସଦର ପୋଲିସ ୩ ଦିନରେ ବିଭିନ୍ନ ସ୍ଥାନରେ ଚଢାଉ କରି ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରଥମ ଦିନରେ ୧୧, ଦ୍ୱିତିୟ ଦିନରେ ୫ ଓ ତୃତିୟ ଦିନରେ ଫେରାର ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ହାଡିଆ ଗ୍ର
୩  ଦିନରେ ୨୪ ଫେରାର ଅଭିଯୁକ୍ତ ଗିରଫ


ଜୟପୁର, ୭ ଏପ୍ରିଲ୍ (ହି.ସ.)-ଜୟପୁର ସଦର ପୋଲିସ ୩ ଦିନରେ ବିଭିନ୍ନ ସ୍ଥାନରେ ଚଢାଉ କରି ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରଥମ ଦିନରେ ୧୧, ଦ୍ୱିତିୟ ଦିନରେ ୫ ଓ ତୃତିୟ ଦିନରେ ଫେରାର ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ହାଡିଆ ଗ୍ରାମର ଜବେଶ ହରିଜନ, ଭତ୍ରା ଗ୍ରାମର ପ୍ରକାଶ ନାଗ, ପଲରାପୁଟ ଗ୍ରାମର ଗୁରୁବନ୍ଧୁ ନାଗ, କଳାଗୁଡା ଗ୍ରାମର ମଧୁ ପୁଜାରି, ଅନ୍ତା ଗ୍ରାମର ଉଦ୍ଧବ ହରିଜନ, ଭତ୍ରା ଗ୍ରାମର ରିତିକ ହରିଜନ, ଖଣ୍ଡିଆଗୁଡା ଗ୍ରାମର ଡମଣି ଖାତି ଓ ଚନ୍ଦ୍ରମା ଖାତି । ଗିରଫ ଅଭିଯୁକ୍ତଙ୍କ ନାମରେ ଜୟପୁର ସଦର ଥାନାରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ସେମାନେ ଫେରାର ଥିବା ବେଳେ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ସେହିପରି ଜୟପୁର ସଦର ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଅପରାଧିକ ମାମଲାରେ ଫେରାର ଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାଲିଆ ଗ୍ରାମର ବିଣାଧର ପରଜା, ଭାଜିଗୁଡା ଶିବ ଘଢେଇ, ଧଡ୍ରିଗୁଡା ଗ୍ରାମର ହରି ଗାଦବା, ଏକମ୍ବା ଗ୍ରାମର ମହେଶ୍ୱର କୁଳଦିପ, ଷ୍ଟେସନ କଙ୍ଗା ଗ୍ରାମର ତୁଳୁସା ଗଣ୍ଡ । ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଜୟପୁର ସଦର ଥାନାରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ସେମାନେ ଫେରାର ଥିବା ବେଳେ ସଦର ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ପୋଲିସ ତରଫରୁ ସୂଚନା ଦିଆଯାଇଛି । ସେହିପରି ଫେରାର ଥିବା ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜୟପୁର ସଦର ଥାନା ଅନ୍ତର୍ଗତ ରଣ୍ଡାପିଲ୍ଲି ଗ୍ରାମର ଧନୁର୍ଜୟ ଖାତି, କୁମୁଲିପୁଟ ଗ୍ରାମର ବିଷ୍ଣୁ ବାହାଦୁର, ସିଆଡିମାଳ ଗ୍ରାମର ଶିବ ମୁଦୁଲି, ସାନକାଉଡି ଗ୍ରାମର ଗୋବିନାଥ ହାଲବା, ପିଣ୍ଟୁ ବାହାଦୁର, ସାନଜିଉନା ଗ୍ରାମର ଲଛମନ ନାୟକ, ପ୍ରେମ ନାୟକ, କୁମାର ନାୟକ ହରିଜନ, ବାରିଣିପୁଟ ଗ୍ରାମର ରୁଜୁ ମୁଦୁଲି, ପୁରୁଷତ୍ତମ ମୁଦୁଲି, କୈଳାଶ ଖୋସଲା । ୧୧ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande