ଓଡ଼ିଆ ପକ୍ଷ ୨୦୨୬’ ଅବସରରେ ସରକାରୀ ଏ. ଜେ. ଓ.  ହାଇସ୍କୁଲରେ ‘ଶିଶୁ କଥା ଦିବସ’ ପାଳିତ
କନ୍ଧମାଳ, ୭ ଅପ୍ରେଲ (ହି.ସ.)- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚାଲିଥିବା ‘ଓଡ଼ିଆ ପକ୍ଷ ୨୦୨୬’ ଅବସରରେ ଆଜି ଫୁଲବାଣୀ ସ୍ଥିତ ସରକାରୀ ଏ. ଜେ. ଓ. ହାଇସ୍କୁଲ ପରିସରରେ ‘ଶିଶୁ କଥା ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆ
ଓଡ଼ିଆ ପକ୍ଷ ୨୦୨୬’ ଅବସରରେ ସରକାରୀ ଏ. ଜେ. ଓ.  ହାଇସ୍କୁଲରେ ‘ଶିଶୁ କଥା ଦିବସ’ ପାଳିତ


କନ୍ଧମାଳ, ୭ ଅପ୍ରେଲ (ହି.ସ.)- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚାଲିଥିବା ‘ଓଡ଼ିଆ ପକ୍ଷ ୨୦୨୬’ ଅବସରରେ ଆଜି ଫୁଲବାଣୀ ସ୍ଥିତ ସରକାରୀ ଏ. ଜେ. ଓ. ହାଇସ୍କୁଲ ପରିସରରେ ‘ଶିଶୁ କଥା ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୋମଳମତି ଶିଶୁମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା। ଏହି ଉତ୍ସବରେ ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା- ଜିଲ୍ଲା ସଂସ୍କୃତି ଅଧିକାରୀ ଗଦାଧର ପାତ୍ର ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ଵାଇଁ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର ପାଇଁ ଶିଶୁ ସାହିତ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଭକ୍ତକବି ମଧୁସୂଦନ ରାଓଙ୍କ ଅମର ସୃଷ୍ଟି ‘ମଧୁ ବର୍ଣ୍ଣବୋଧ’ ଏବଂ ବିଭିନ୍ନ ‘ଶିଶୁ ଲେଖା’ ପୁସ୍ତିକା ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀବୃନ୍ଦ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande