ଓଡିଆ ପକ୍ଷ ପାଳନ ଅବସରରେ ଶିଶୁ କଥା ଦିବସ ପାଳିତ
ଜୟପୁର, ୭ ଏପ୍ରିଲ୍ (ହି.ସ.)- ଓଡିଆ ପକ୍ଷ ପାଳନ ଅବସରରେ ଶିଶୁ କଥା ଦିବସ ପାଳିତ ହୋଇଯାଇଛି। ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁ କଥା ଦିବସ ପାଳନ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ମୁ
ଓଡିଆ ପକ୍ଷ ପାଳନ ଅବସରରେ  ଶିଶୁ କଥା ଦିବସ ପାଳିତ


ଜୟପୁର, ୭ ଏପ୍ରିଲ୍ (ହି.ସ.)-

ଓଡିଆ ପକ୍ଷ ପାଳନ ଅବସରରେ ଶିଶୁ କଥା ଦିବସ ପାଳିତ ହୋଇଯାଇଛି। ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁ କଥା ଦିବସ ପାଳନ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଏହି ଅବସରରେ ଶିଶୁ ମାନଙ୍କୁ ପୁସ୍ତକ ବଣ୍ଟନ କରାଯାଇଥିଲା। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସିମାଞ୍ଜଳ ଦାସ ଯୋଗଦେଇ ଶିଶୁ କଥା ଦିବସ ଉପରେ ଆଲୋକପାତ କରିଥିଲେ। କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୌରଞ୍ଜିତା ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଧାନଶିକ୍ଷୟତ୍ରୀ ମଧୁସ୍ମିତା ସୁଚେନ ଯୋଗଦେଇ ପରିଚାଳନା କରିଥିଲେ। ଶିକ୍ଷକ ପ୍ରମୋଦ ଡାକୁଆ ମଞ୍ଚ ପରିଚାଳନା କରିଥିଲେ।

ସମଗ୍ର ଶିକ୍ଷା ଅଭିଯାନର ଗୁଣାତ୍ମକ ସଂଯୋଜକ ଚନ୍ଦ୍ରକଳା ବର୍ଗତ୍ତୀ, ବାଳିକା ଶିକ୍ଷା ସଂଯୋଜକ ଶୁଭେନ୍ଦୁ ବାରିକ, ସିଆରସିସି ପ୍ରଦୀପ କୁମାର ପାତ୍ର ଓ ହର ମିଶ୍ର, ଭୁବେଶ ପତି ଏବଂ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande