ଯୁବ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗ
ବଲାଙ୍ଗିର, ୭ ଅପ୍ରେଲ (ହି.ସ.)- ବଲାଙ୍ଗିର ସହର ଟିକ୍ରାପଡାର ମୂଳ ବାସିନ୍ଦା ଯୁବ ସଂଗଠକ ତଥା ଭାଜପା ଦଳର ସକ୍ରିୟ ସଦସ୍ଯ ପ୍ରମୋଦ ସାହୁଙ୍କ ଗତ ରାତ୍ରରେ ହୃଦଘାତଜନିତ ଅକାଳ ବିୟୋଗ ଘଟିଛି। ଖବରରୁ ଜଣାଯାଏ ଯେ, ଶ୍ରୀ ସାହୁ ଗତ ଦୁଇ ଦିନ ହେଲା ହୃଦଘାତ ଅନୁଭବ କରିଥିଲେ। ସମ୍ବଲପୁର ଠାରେ ଏକ ଘରୋଇ ହସ୍
ଯୁବ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗ


ବଲାଙ୍ଗିର, ୭ ଅପ୍ରେଲ (ହି.ସ.)- ବଲାଙ୍ଗିର ସହର ଟିକ୍ରାପଡାର ମୂଳ ବାସିନ୍ଦା ଯୁବ ସଂଗଠକ ତଥା ଭାଜପା ଦଳର ସକ୍ରିୟ ସଦସ୍ଯ ପ୍ରମୋଦ ସାହୁଙ୍କ ଗତ ରାତ୍ରରେ ହୃଦଘାତଜନିତ ଅକାଳ ବିୟୋଗ ଘଟିଛି।

ଖବରରୁ ଜଣାଯାଏ ଯେ, ଶ୍ରୀ ସାହୁ ଗତ ଦୁଇ ଦିନ ହେଲା ହୃଦଘାତ ଅନୁଭବ କରିଥିଲେ। ସମ୍ବଲପୁର ଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରମୋଦ ଜଣେ ସୁସଂଗଠକ ତଥା ମିଷ୍ଟ ଭାଷୀ ଓ ପରୋପକାରୀ ବ୍ଯକ୍ତି ଥିଲେ। ସେ ବିଭିନ୍ନ ସଂଗଠନ ଓ ଭାଜପା ପରି ଆଗ୍ରଣୀ ଦଳର ସକ୍ରୀୟ ସଭ୍ଯ ରହିଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସେ ବଲାଙ୍ଗିର ଟିକ୍ରାପଡା ଦୁର୍ଗାପୂଜା କମିଟିର ପୁରାତନ ସଦସ୍ଯ ରହି ଆସିଥିଲେ। ତାଙ୍କର ମର ଶରିର ଏଠାରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ଶୁଭେଚ୍ଛୁ ପାରିବାରିକ ସମ୍ପର୍କୀୟ ଓ ବିଭିନ୍ନ ସାଙ୍ଗଠନିକ ବ୍ୟକ୍ତି ବିଶେଷ ପହଂଚି ଥିଲେ। ଆଜି ବିଭୂତି ପଡା ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande