
ଗଂଜାମ, 07 ଏପ୍ରିଲ୍ (ହି.ସ.)
ପାଟପୁର ଥାନା ଡେଙ୍ଗାଉସ୍ତା ବଜାରରୁ ଗତ ରାତି ସାଢ଼େ ଆଠଟାରେ ଜଣେ ସୁନା ବେପାରୀ ପବିତ୍ର କୁମାର ବିଷୋୟୀ ଦୋକାନ ବନ୍ଦ କରି ବାଇକରେ ନିଜ ଗାଁ ଖଜୂରଆ ଫେରିଵା ବେଳେ କିଛି ଦୁର୍ବୃତ୍ତ ବାଇକରେ ତାଙ୍କ ପିଛା କରି ପବିତ୍ରଙ୍କ ଉପରକୁ ଲକ୍ଷ୍ୟ କରି ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ତେବେ ଗୁଳି ଲକ୍ଷ୍ୟ ଭ୍ରଷ୍ଟ ହୋଇ ଥିଲା। ପବିତ୍ର ଭାରସାମ୍ୟ ହରାଇ ରାସ୍ତାରେ ପଡ଼ିଯାଇଥିଲେ। ଏହି ସମୟରେ ଦୁବୃର୍ତ୍ତ ମାନେ ପବିତ୍ର ହାତରୁ ସୁନା ଅଳଙ୍କାର ଓ ଟଙ୍କା ଥିଵା ବ୍ୟାଗ ଛଡାଇ ନେବାକୁ ଉଦ୍ୟମ କରୁଥିବା ବେଳେ ଗୁଳି ଶବ୍ଦ ଶୁଣି ସ୍ଥାନୀୟଲୋକ ମାନେ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିଲେ। ଆହତ ପବିତ୍ର ଡେଙ୍ଗାଉସ୍ତା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପାଟପୁର ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଗଞ୍ଜାମ ଜିଲାରେ ଲଗାତର ବୋମା ମାଡ଼, ଗୁଳିକାଣ୍ଡ, ଚୋରୀ ଲୁଟ ଓ ଡକାୟତି ଭଳି ଘଟଣା ନିତିଦିନି ହୋଇ ପଡିଛି। ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ