ସମ୍ବଲପୁର କୋର କମିଟିର ଜରୁରୀ ବୈଠକ
ସମ୍ବଲପୁର କୋର କମିଟିର ଜରୁରୀ ବୈଠକ
Odia, 07 ଏପ୍ରିଲ୍ (ହି.ସ.)    ସ୍ୱଚ୍ଛ ସମ୍ବଲପୁର କୋର କମିଟିର ଜରୁରୀ ବୈଠକ


ସମ୍ବଲପୁର, ୦୭, ଏପ୍ରିଲ୍ (ହି.ସ.)

ସ୍ୱଚ୍ଛ ସମ୍ବଲପୁର କୋର କମିଟିର ଏକ ଜରୁରୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏବେଠାରୁ ପ୍ରତ୍ୟେକ ମାସର ତୃତୀୟ ରବିବାରରେ କମିଟିର ବୈଠକ ହେବ । ସହରର ୪୧ ଟି ଓ୍ବାର୍ଡରୁ ୫ଜଣ ଲେଖାଏଁ ଓ୍ବାର୍ଡ ପ୍ରତିନିଧି ତିଆରି କରିବା, ସମ୍ବଲପୁରକୁ ସମ୍ପୂର୍ଣ୍ଣ ପଲିଥିନ ମୁକ୍ତ କରିବା, ପ୍ରଶାସନ ଓ ଜନତାଙ୍କ ସହଯୋଗ ଲୋଡ଼ିବା , ଦୋକାନୀ ଓ ସାଧାରଣ ଜନତା ସେମାନଙ୍କ ଆବର୍ଜନା ମଇଳା ଗାଡ଼ିରେ ପକାଇବା ଓ ସମ୍ବଲପୁର ମହାନଗର ନିଗମର ନିୟମ ନ ମାନୁଥିବା ବ୍ୟକ୍ତିଙ୍କ ଠାରୁ ମୋଟା ଜରିମାନା ନେଲେ ଆମେ ସ୍ୱଚ୍ଛତା ରଖି ପାରିବା ବୋଲି ସ୍ବଚ୍ଛ ସମ୍ବଲପୁର କମିଟିର ସଭାପତି

ଦାମୋଦର କର ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande