
ଜୟପୁର, ୭ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ରେ ଦୀର୍ଘ ଦିନ ଧରି ଯାହା ପ୍ରଶାସନ କରି ପାରିଲା ନାହିଁ ତାହା ଜଣେ ସମାଜସେବୀ କରିଦେଖାଇଛନ୍ତି। ପୂର୍ବରୁ ବୋରିଗୁମ୍ମା ବ୍ଲକରେ ନିଶୁଳ୍କ ଶବ ବାହକ ଗାଡି ଯୋଗାଇଥିବା ବେଳେ ଆଜି ଆଉ ଏକ ଜନସେବା ଉଦ୍ଦେଶ୍ୟରେ ସ୍ୱର୍ଗ ରଥ ଗାଡି ଯୋଗାଇଦେଇଛନ୍ତି ସମାଜସେବୀ ତଥା ଆଇନଜୀବୀ ମୁନା ଦୋରା।
ଆଜି ସ୍ଥାନୀୟ ସୂର୍ଯ୍ୟଭାନୁ ପାଠାଗାର ଠାରେ ତାହାର ଶୁଭାରମ୍ଭ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର । ମୁନାଙ୍କ ଏଭଳି ପ୍ରୟାସକୁ ଦଳମତ ନିର୍ବିଶେଷରେ ସମେସ୍ତେ ପ୍ରଶଂସା କରିଛନ୍ତି। ଏହି ସ୍ୱର୍ଗ ରଥ ଗାଡି ସେବା ଦ୍ୱାରା ଅନେକ ଲୋକେ ସୁବିଧାରେ ଶବକୁ ଶ୍ମଶାନକୁ ନେଇପାରିବେ ।
ହିନ୍ଦୁସ୍ଥାନ ସମାଚାର / ପିକେପି