ସୁକତେଲ ବ୍ରିଜ ତଳକୁ କଡ଼ରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ, ଚାଳକ ମୃତ, ହେଲପର ଗୁରୁତର
ବଲାଙ୍ଗିର 7 ଏପ୍ରିଲ୍ (ହି.ସ.) ଗତକାଲି ରାତି ପ୍ରାୟ ୧୨ଟା ସମୟରେ ବରଗଡ଼-ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ବରଗଡ଼ ରୁ ବଲାଙ୍ଗୀର ପଟକୁ ଯାଉଥିବା ଏକ ସିମେଣ୍ଟ ବୋଝେଇ ୧୬ଚକିଆ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଲୋଇସିଂହା ସନ୍ନିକଟ ଫସାଡ଼ ଶ
ସିମେଣ୍ଟ ବୋଝେଇ ଟ୍ରକ ସୁକତେଲ ପୋଲ ରେ ଧକ୍କା ଦେଇ ତଳକୁ ଖାସି ପଡିବାରୁ ଚାଳକ ମୃତ ହେଲପର ଗୁରୁତର.


ବଲାଙ୍ଗିର 7 ଏପ୍ରିଲ୍ (ହି.ସ.)

ଗତକାଲି ରାତି ପ୍ରାୟ ୧୨ଟା ସମୟରେ ବରଗଡ଼-ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ବରଗଡ଼ ରୁ ବଲାଙ୍ଗୀର ପଟକୁ ଯାଉଥିବା ଏକ ସିମେଣ୍ଟ ବୋଝେଇ ୧୬ଚକିଆ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଲୋଇସିଂହା ସନ୍ନିକଟ ଫସାଡ଼ ଶୁକତେଲ ବ୍ରିଜ ଠାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ବ୍ରିଜ ର ବାଡକୁ ଧସେଇ ପଶି ଟ୍ରକ ଟି ବ୍ରିଜ ତଳକୁ ଖସି ପଡ଼ିଥିଲା। ଜାତୀୟ ରାଜପଥ ର ଏହି ସ୍ଥାନରେ ପୋଲ ଟି ସଂକୀର୍ଣ୍ଣ ଥିବା ବେଳେ ସଡକ ନିର୍ମାଣ ବେଳେ ଓସାର ହୋଇ ବ୍ରିଜ ପାଖରେ ନଦୀ ଭିତରକୁ ରାସ୍ତା ଖୋଲା ରହିଚି ଏହି କଥା ଦ୍ରୁତ ଗତିରେ ଆସୁଥିବା ଗାଡି ଚାଳକ ମାନେ ସିଧା ଆସି ବ୍ରିଜ କୁ ଧକ୍କା ଦେଇ ଦୁର୍ଘଟଣା ଗସ୍ତ ହେଉଛନ୍ତି.

ଦୁର୍ଘଟଣା ଯୋଗୁଁ ଶୁକତେଲ ନଦୀ ବ୍ରିଜ ର ପ୍ରାୟ ୩୦ ଫୁଟ ବାଡ଼ ଭାଙ୍ଗି ଯାଇଛି। ଟ୍ରକ ଟି ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣାସ୍ଥଳରେ ହିଁ ଚାଳକ ଗଣେଶ ନାଗ(୩୨) ଙ୍କ ମୃତ୍ୟୁ ଘଟିଥିଲା। ଗଣେଶ ଙ୍କ ଘର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜୋରୁମାଲ ଗ୍ରାମ ବୋଲି ପୋଲିସ ସୂତ୍ରରୁ ପ୍ରକାଶ l ଖବର ପାଇ ମୃତବ୍ୟକ୍ତି ଗଣେଶ ଓ ଗାଡି ର ହେଲପର ସମୀର ଖାଲକୋ ଙ୍କୁ ଗୁରୁତର ଅବସ୍ଥାରେ ଲୋଇସିଂହା ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ହସ୍ପିଟାଲ କୁ ସ୍ଥାନାତର କରିଥିଲେ l ପ୍ରକୃତ ଘଟଣା ଟି ପୋଲିସ ଅନୁସନ୍ଧାନ ପରେ ଜଣା ପଡିବ l

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande