
ଜୟପୁର, ୦୭ ଏପ୍ରିଲ୍ (ହି.ସ.) - କେବଳ ଯେ ସାଙ୍ଗ ସାଙ୍ଗ ମଧ୍ୟରେ ବନ୍ଦୁତ୍ୱ ହୁଏ ତାହ ନୁହେଁ ଗାଁ ଗାଁ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଜୟପୁର ବ୍ଲକ ଅନ୍ତର୍ଗତ ଏକମ୍ବା ଓ ଗଡପଦର ଗ୍ରାମର ଗ୍ରାମବାସୀ ମାନେ। ଏକ ଶହ ବର୍ଷ ପୂର୍ବରୁ ଆର୍ଥାତ ପିତୃପୁରୁଷ ମାନଙ୍କର ଅମଳରୁ ପ୍ରତି ୩ବର୍ଷରେ ଏକମ୍ବା ଗ୍ରାମର ଲୋକମାନେ ନିଜ ବନ୍ଧୁଙ୍କ ଗ୍ରାମ ଏକମ୍ବା ଆସି ଚୈତ୍ରପର୍ବରେ ମଜା ମଜଲିସ କରୁଥିବା ବେଳେ ଏକମ୍ବା ଗ୍ରାମର ଲୋକମାନେ ମଧ୍ୟ ପ୍ରତି ୩ବର୍ଷରେ ଗଡପଦର ଗ୍ରାମକୁ ଯାଇ ସେହିପରି ମର୍ଯ୍ୟାଦା ପାଇ ଆନନ୍ଦ ଉଠାଇ ଥାନ୍ତି। ଦୀର୍ଘଦିନ ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୁଇ ଗ୍ରାମ ମଧ୍ୟରେ କୌଣସି କଳହ ହୋଇନାହିଁ। ଭାଇଭଉଣୀର ସପ୍ସପର୍କ ଭାଇଚାର ବଜାୟ ରହିଛି।
ଆଜି ଅପରାହ୍ନରେ ଗଡପଦର ଗ୍ରାମର ପ୍ରାୟ ଏକହଜାରରୁ ଉର୍ଦ୍ଧ ମହିଳା ଓ ପୁରୁଷମାନେ ସଙ୍ଗାତ ଗ୍ରାମ ଏକମ୍ବାକୁ ଆସିଥିଲେ। ଏକମ୍ବାରେ ସେମାନଙ୍କ ଗୋଡ ଧୋଇ ନିମନ୍ତ୍ରଣ କରି ଗ୍ରାମକୁ ଡାକି ନେଇଥିଲେ। ପରେ ଗ୍ରାମର ସମସ୍ତ ପୁରୁଷ ମହିଳା ମାନେ ମିଳିମିଶି ନିଜର ସୁଖ ଦୁଃଖ ଆଦାନ ପ୍ରଦାନ କରିଥିଲେ। ସନ୍ଧ୍ୟାରେ ରାବଣପୋଡି ଉତ୍ସବ ଦେଖିବା ପରେ ରାତିରେ ଆଦିବାସୀ ନାଟ ଦେଖି ଆସନ୍ତା କାଲି ଅପରାହ୍ନରେ ନିଜ ଗ୍ରାମକୁ ଫେରିଯିବେ ବୋଲି ଗ୍ରାମର ବରିଷ୍ଠ ସମାଜସେବୀ ରାମନାଥ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ ରାବଣପୋଡି କାର୍ଯ୍ୟକ୍ରମରେ ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିବା ବେଳେ ରାତ୍ରରେ ବିଜେଡି ନେତା ରବିନାରାୟଣ ନନ୍ଦ ଓ ରାତି ଆଦିବାସୀ ନାଟରେ ବିଜେପିର ଗୌତମ ସାମନ୍ତରାୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି